ବି.ପି. ମଣ୍ଡଳଙ୍କ ୧୦୮ତମ ଜୟନ୍ତୀ ପାଳିତ, ଜାତିଭିତ୍ତିକ ଜନଗଣନା ଦାବି
ନୂଆପଡ଼ା,୨୬ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ଯାଦବ ଭବନ ଠାରେ ଓବିସି ବର୍ଗର ନେତା, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ମଣ୍ଡଳ କମିଶନର ଅଧ୍ୟକ୍ଷ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ଓବିସି
BP mandal nka jayanti


ନୂଆପଡ଼ା,୨୬ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ଯାଦବ ଭବନ ଠାରେ ଓବିସି ବର୍ଗର ନେତା, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ମଣ୍ଡଳ କମିଶନର ଅଧ୍ୟକ୍ଷ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ଓବିସି ମଞ୍ଚ ଯୁବ ଶାଖା, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ଶତାଧିକ ବୁଦ୍ଧିଜୀବୀ, ଯୁବକ ଓ ସାମାଜିକ କର୍ମୀ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ, ଓଡ଼ିଶାର ସଭାପତି ଶଙ୍କର ପାତ୍ର ଯୋଗଦେଇ ବି.ପି. ମଣ୍ଡଳଙ୍କ ଜୀବନୀ ଓ ଓବିସି ସମାଜ ପାଇଁ ତାଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଶ୍ରୀ ପାତ୍ର କହିଥିଲେ, ବି.ପି. ମଣ୍ଡଳ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଏକ ବିଚାରଧାରା। ସେ ୩୭୪୩ଟି ପଛୁଆ ଜାତିକୁ ଚିହ୍ନଟ କରି ଓବିସି ସମାଜକୁ ଅଧିକାର ଓ ପରିଚୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ମଣ୍ଡଳ କମିଶନର ସୁପାରିସ ଫଳରେ ଓବିସି ସମାଜର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଥିବା ସେ କହିଥିଲେ। ଏଥିସହ ୨୦୨୭ ଜନଗଣନାରେ ଜାତିଭିତ୍ତିକ ଗଣନା କରାନଗଲେ ଓବିସି ସମାଜ ପୁଣି ପଛକୁ ଚାଲିଯିବ ବୋଲି ସେ ମତ ପ୍ରକାଶ କରିଥିଲେ। ରାଜ୍ୟ ଯୁବ ସଂଯୋଜକ କପିଳେନ୍ଦ୍ର ଭୋଇଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓବିସି ମଞ୍ଚର କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଲ, ଜିଲ୍ଲା ସଂଯୋଜକ ଭରତ ରାଉତ, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ, ବରିଷ୍ଠ ଯାଦବ ନେତା ଲମ୍ବୋଦର ନିଆଲ, ରାମଲାଲ ହଂସ, ହିରାଧର ମେହେର,ପ୍ରିୟରଞ୍ଜନ ମେହେର, ଗୋଦାବରୀଶ ନାଏକ, ଦସମୁ ବେହେରା, ରାଧେ ରଣା, ମିହିର ନାୟକ, ଭୁବନେଶ୍ୱର ରାଉତ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ପଶ୍ଚିମ ଓଡ଼ିଶା ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ୱାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀମାନେ ମଣ୍ଡଳ କମିଶନ ଲାଗୁ ହେବା ପରେ ଓବିସି ସମାଜରେ ଆସିଥିବା ପରିବର୍ତ୍ତନ ଏବଂ ବର୍ତ୍ତମାନ ମଧ୍ୟ ରହିଥିବା ବୈଷମ୍ୟ ଉପରେ ଆଲୋଚନା କରିଥିଲେ। ସଭାରେ ସର୍ବସମ୍ମତିକ୍ରମେ ୩ ଦଫା ପ୍ରସ୍ତାବ ପାରିତ ହୋଇଥିଲା। ଏଥିରେ ୨୦୨୭ ଜନଗଣନାରେ ଓବିସିଙ୍କ ଜାତିଭିତ୍ତିକ ଗଣନା ପାଇଁ ମାନକୀକୃତ କୋଡ୍ ବ୍ୟବସ୍ଥା ଲାଗୁ, ଓଡ଼ିଶାରେ ଓବିସିଙ୍କ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଓ ବଜେଟ୍ ବ୍ୟବସ୍ଥା ଏବଂ ପ୍ରତି ଜିଲ୍ଲାରେ ମହାପୁରୁଷ ଜ୍ୟୋତିବା ଫୁଲେ, ସାହୁଜୀ ମହାରାଜ ଓ ବି.ପି. ମଣ୍ଡଳଙ୍କ ନାମରେ ଛାତ୍ରାବାସ ପ୍ରତିଷ୍ଠା କରିବାକୁ ଦାବି କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande