ବାଳକୃଷ୍ଣ ମିଶ୍ରଙ୍କ ପରଲୋକ
ବଲାଙ୍ଗୀର, ୨୬ ଅଗଷ୍ଟ(ହି.ସ.) – ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମର ପରୋପକାରୀ, ଧର୍ମପରାୟଣ, ମେଳାପୀ ତଥା ଅମାୟୀକ ବ୍ୟକ୍ତିତ୍ୱ ସ୍ୱର୍ଗତ ବାଳକୃଷ୍ଣ ମିଶ୍ରଙ୍କ ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ବେଲବାହାଲି ଗ୍ରାମ
ବାଳକୃଷ୍ଣ ମିଶ୍ରଙ୍କ ପରଲୋକ


ବଲାଙ୍ଗୀର, ୨୬ ଅଗଷ୍ଟ(ହି.ସ.) – ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମର ପରୋପକାରୀ, ଧର୍ମପରାୟଣ, ମେଳାପୀ ତଥା ଅମାୟୀକ ବ୍ୟକ୍ତିତ୍ୱ ସ୍ୱର୍ଗତ ବାଳକୃଷ୍ଣ ମିଶ୍ରଙ୍କ ୭୦ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ବେଲବାହାଲି ଗ୍ରାମ ସମେତ ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମିଶ୍ର ବଲାଙ୍ଗୀର ଜିଲ୍ଲାର ଜଣାଶୁଣା ଚାଷୀନେତା ସାନନ୍ଦ ମିଶ୍ରଙ୍କ ପିତା ଅଟନ୍ତି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନିପୁଅ ଆନନ୍ଦ, ସାନନ୍ଦ, ଅନଙ୍ଗ, ନାତି ପ୍ରଦୀପ, ପ୍ରୟାସ, ପିୟୁଷ, ପ୍ରତୀକ, ନାତୁଣୀ ପାୟଲ, ଝିଅ ଅମୂଲ୍ୟ, ଆନନ୍ଦିନୀ, ଆରତୀ ଓ ଅନୁପମା ସହ ପରିବାର ଆତ୍ମୀୟ ସ୍ୱଜନଙ୍କ ସହ ତାଙ୍କ ଶବାଧାରରେ ବେଲବାହାଲି ଗ୍ରାମ ଏବଂ ଆଖାପାଖ ଅଂଚଳର ଶହସ୍ରାଧିକ ଲୋକ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande