ଵ୍ରହ୍ମପୁର କାଳୁ ପାତ୍ର ସାହିରେ ଜୁଆ ଅଡ୍ଡା ଉପରେ ଚଢ଼ାଉ, ସାତ ଗିରଫ
ଗଂଜାମ, 26 ଅଗଷ୍ଟ (ହି.ସ.) ବଡ଼ବଜାର ଥାନା ପୋଲିସ ପାଟ୍ରୋଲିଂ ବେଳେ ସୂଚନା ପାଇ କାଳୁପାତ୍ର ସାହି ଏଇଏମ ସ୍କୁଲ ପରିସରର ଏକ ଭଡ଼ା ଘରର ତୃତୀୟ ମହଲାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଖସି ଯିବାକୁ ଚେଷ୍ଟା କରୁଥିବା ସାତ ଜଣଜୁଆଡିଙ୍କୁ ଧରାଯାଇଛି। ଗିରଫମାନେ ହେଲେ ଜଡା ରମେଶ, ବୟସ ୪୨, ବିଦ୍ୟାଧର
Qwetty


ଗଂଜାମ, 26 ଅଗଷ୍ଟ (ହି.ସ.) ବଡ଼ବଜାର ଥାନା ପୋଲିସ ପାଟ୍ରୋଲିଂ ବେଳେ ସୂଚନା ପାଇ କାଳୁପାତ୍ର ସାହି ଏଇଏମ ସ୍କୁଲ ପରିସରର ଏକ ଭଡ଼ା ଘରର ତୃତୀୟ ମହଲାରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଖସି ଯିବାକୁ ଚେଷ୍ଟା କରୁଥିବା ସାତ ଜଣଜୁଆଡିଙ୍କୁ ଧରାଯାଇଛି। ଗିରଫମାନେ ହେଲେ ଜଡା ରମେଶ, ବୟସ ୪୨, ବିଦ୍ୟାଧର ସାହୁ, ବୟସ ୫୨, ତୁଙ୍ଗୁ କୁମାର ସାହୁ, ବୟସ ୪୮, କେ ପ୍ରଶାନ୍ତ କୁମାର ଶୁଭୁଢ଼ି, ବୟସ ୪୯, . ୱାଇ ଏମ କୋଣ୍ଡୟା, ବୟସ ୬୯, ନାରାୟଣ ସାହୁ, ବୟସ ୨୩, କୃଷ୍ଣ ଗୌଡ଼, ବୟସ ୩୭ ।

ସମସ୍ତେ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳର ବାସିନ୍ଦା। ଜୁଆଆଡ୍ଡାରୁ ଜବତ ହୋଇଛି ନଗଦ ୩ଲକ୍ଷରୁ ଅଧିକ ଟଙ୍କା, ତାସ ପ୍ୟାକେଟ, ସାତଟି ସାମସଙ୍ଗ ମୋବାଇଲ, ପାଞ୍ଚଟି ସ୍କୁଟର । ବଡ଼ବଜାର ଥାନାରେ ମାମଲା ରୁଜୁ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande