ଓଡ଼ିଶା ସବୁଜବାହିନୀ ଅଧ୍ୟକ୍ଷଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ
Bhubaneswar, 26 ଅଗଷ୍ଟ (ହି.ସ.) ଓଡ଼ିଶାର ବରିଷ୍ଠ ସମାଜସେବୀ, ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ତଥା ଓଡ଼ିଶା ସବୁଜ ବାହିନୀର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସହଦେବ ମଲ୍ଲିକଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଅଛି । ଆମେରିକାର ପ୍ରସିଦ୍ଧ ଲୁଇସିଆନ୍ ଗବ
ଓଡ଼ିଶା ସବୁଜବାହିନୀ ଅଧ୍ୟକ୍ଷଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ


Bhubaneswar, 26 ଅଗଷ୍ଟ (ହି.ସ.)

ଓଡ଼ିଶାର ବରିଷ୍ଠ ସମାଜସେବୀ, ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ତଥା ଓଡ଼ିଶା ସବୁଜ ବାହିନୀର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସହଦେବ ମଲ୍ଲିକଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ କରାଯାଇଅଛି । ଆମେରିକାର ପ୍ରସିଦ୍ଧ ଲୁଇସିଆନ୍ ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରୀ ମଲ୍ଲିକଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସାମାଜିକ ସେବା, ପରିବେଶ ସୁରକ୍ଷା ଓ ଶିକ୍ଷା କ୍ଷେତ୍ରରେ ସମ୍ମାନିତ କରାଯାଇ ଏହି ଉପାଧି ନୂଆଦିଲ୍ଲୀଠାରେ ପ୍ରଦାନ କରାଯାଇଅଛି । ଦୀର୍ଘ ୩୨ ବର୍ଷର ନିଷ୍ଠାର ସହ ବିଭିନ୍ନ କଲେଜରେ ଶିକ୍ଷା ପ୍ରଦାନ, ବିଭିନ୍ନ ସମୟରେ ବନ୍ୟା, ବାତ୍ୟା ଯୋଗୁଁ ସମସ୍ୟାରେ ପଡ଼ିଥିବା ଲୋକଙ୍କ ପାଖରେ ପହô ରିଲିଫ୍ ବନ, ଯୋଗ ଅଭ୍ୟାସରେ ଲୋକଙ୍କୁ ସାମିଲ୍ କରାଇବା, ବିଭିନ୍ନ ଦୂରାରୋଗରେ ପଡ଼ିଥିବା ଲୋକଙ୍କୁ ସହାୟତା ପ୍ରଦାନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ସଂଗେସଂଗେ ସୁନ୍ଦର ସବୁଜ ଭାରତ ଗଠନ ଲକ୍ଷ୍ୟରେ ବୃକ୍ଷରୋପଣ, ଜୀବନ ଜୀବିକା କୌଶଳ ଶିଖାଇବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଥିବା ଶ୍ରୀ ମଲ୍ଲିକ ଡକ୍ଟରେଟ୍ ଉପାଧିରେ ସମ୍ମାନିତ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଅଳରୁ ତାଙ୍କର ଶୁଭେଚ୍ଛୁ ଓ ସମର୍ଥକଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଅଛି । ପିତା ସ୍ୱର୍ଗତ ରାଜ କିଶୋର ମଲ୍ଲିକ, ମାତା ସ୍ୱର୍ଗତ କୋଇଲି ମଲ୍ଲିକଙ୍କ ଜ୍ୟେଷ୍ଠପୁତ୍ର ଶ୍ରୀ ସହଦେବ ମଲ୍ଲିକ ଡକ୍ଟରେଟ୍ ଉପାଧି ସମ୍ମାନରେ ସମ୍ମାନିତ ହୋଇଥିବାରୁ କେନ୍ଦ୍ରାପଡ଼ା, ଢେଙ୍କାନାଳ, ବାଲିପାଟଣା ଓ ସର୍ବୋପରି ରାଜଧାନୀର ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ସାଙ୍ଗସାଥୀମାନେ ବହୁ ଗର୍ବିତ ଆନନ୍ଦିତ ହୋଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande