ଦୋଷିଙ୍ଗା ପଂଚାୟତରେ ଡିଲରଙ୍କ ବାଟ ମାରଣା, ୩୦ବସ୍ତା ଚାଉଳ ଜବତ, କାରଣ ଦର୍ଶାଅ ନୋଟିସ ଜାରୀ, ଚାଉଳ ରିସାଇକ୍ଲି ହେବାର ପ୍ରମାଣ ଥିବା ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ
ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଚାନ୍ଦବାଲି ବ୍ଲକ ଦୋଷିଙ୍ଗା ପଂଚାୟତରେ ସଂପୃକ୍ତ ଡିଲର ବସନ୍ତ ଗିରି(୦୪୦୫ପି୦୬୫) ବହୁ ଦିନ ହେବ ନିଜ ମନମାନୀରେ ଖାଉଟି ମାନଙ୍କୁ ଚାଉଳ ବଦଳରେ ଟଙ୍କା ଦେଇ ଫେରାଇ ଦେଉଥିଲା। ଏ ନେଇ ବହୁବାର ଅଭିଯୋଗ ପରେ ଚଳିତ ମାସ ୧୩ ତାରିଖ ବ୍ଲକ ଯୋଗାଣ ନିରୀକ୍ଷକ ସଂପୃକ୍ତ ଡିଲରଙ୍
ଦୋଷିଙ୍ଗା ପଂଚାୟତରେ ଡିଲରଙ୍କ ବାଟ ମାରଣା, ୩୦ବସ୍ତା ଚାଉଳ ଜବତ, କାରଣ ଦର୍ଶାଅ ନୋଟିସ ଜାରୀ, ଚାଉଳ ରିସାଇକ୍ଲି ହେବାର ପ୍ରମାଣ ଥିବା ସତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ


ଭଦ୍ରକ, ୨୬ ଅଗଷ୍ଟ (ହି.ସ.) - ଚାନ୍ଦବାଲି ବ୍ଲକ ଦୋଷିଙ୍ଗା ପଂଚାୟତରେ ସଂପୃକ୍ତ ଡିଲର ବସନ୍ତ ଗିରି(୦୪୦୫ପି୦୬୫) ବହୁ ଦିନ ହେବ ନିଜ ମନମାନୀରେ ଖାଉଟି ମାନଙ୍କୁ ଚାଉଳ ବଦଳରେ ଟଙ୍କା ଦେଇ ଫେରାଇ ଦେଉଥିଲା। ଏ ନେଇ ବହୁବାର ଅଭିଯୋଗ ପରେ ଚଳିତ ମାସ ୧୩ ତାରିଖ ବ୍ଲକ ଯୋଗାଣ ନିରୀକ୍ଷକ ସଂପୃକ୍ତ ଡିଲରଙ୍କ ଗୋଦାମ ଯାଂଚ କରିଥିଲେ। ଯାଂଚ ବେଳେ ୨୫୦୭ଜଣ ହିତାଧିକାରୀଙ୍କ ଚାଉଳ ଗଛିତ ଥିବା ସହ ଅଧିକ ୩୦ବସ୍ତା ଚାଉଳ ଏହି ଗୋଦାମ ଘରେ ଯାଂଚ ବେଳେ ଧରାଯାଇଥିଲା। କେଉଁ ପରିସ୍ଥିୁତିରେ ସଂପୃକ୍ତ ଡିଲର ଏହି ଚାଉଳ କେଉଁଠୁ ଆଣିଲେ କୌଣସି ସନ୍ତୋଷ ଜନକ ଉତର ରଖି ପାରି ନଥିଲେ। ଏହାକୁ ନେଇ ଖୋଳତାଡ ହେବା ପରେ ସଂପୃକ୍ତ ଡିଲର ବସନ୍ତ ଗିରି ଧାମରା ଅଂଚଳର ଅନ୍ୟ ଡିଲର ମାନଙ୍କୁ କାକୁତି ମିନତୀ ହୋଇ ଏହି ଚାଇଳ ସେମାନଙ୍କର ବୋଲି ଦାବୀ କରିବାକୁ ଅନୁରୋଧ କରିଥିଲା। ମାତ୍ର କୌଣସି ଡିଲର ଏହି ଚାଉଳ ନିଜର ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବୀ ରଖି ନଥିଲେ । ଫଳରେ ବ୍ଲକ ଯୋଗାଣ ନିରୀକ୍ଷକ ବସନ୍ତ ଗିରିକୁ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲେ। କାରଣ ଦର୍ଶାଅ ନୋଟିସ ଜାରୀ ହେବାର ଇତି ମଧ୍ୟରେ ଦୀର୍ଘ ୧୫ଦିନ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ସଂପୃକ୍ତ ଡିଲରଙ୍କ ବିରୁଦ୍ଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ଏନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। ତୁରନ୍ତ ସଂପୃକ୍ତ ଡିଲରକୁ ନିଜ କାର୍ଯ୍ୟରୁ ନିଲମ୍ବନ କରିବାକୁ ଦୋସିଙ୍ଗା ପଂଚାୟତବାସୀ ଦାବୀ ଜଣାଇଛନ୍ତି। ଏଥିସହ ଏକ ଦାବୀପତ୍ର ମଧ୍ୟ ରାଜ୍ୟ ଯୋଗାଣ ମନ୍ତ୍ରୀ ଏବଂ ଖାଉଟି ଶଚିବଙ୍କ ନିକଟକୁ ପଠାଇବା ସହ ସଂପୃକ୍ତ ଡିଲରକୁ ସେବା ନିବୃତ କରାଯିବାକୁ ଦାବୀ ହୋଇଛି।ଏଠାରେ ଉଲ୍ଲେଖ ଯୋଗ୍ୟ ସଂପୃକ୍ତ ଡିଲର ଚାଉଳ ରିସାଇକ୍ଲିଂ କରୁଥିବା ବେଳେ ଏହି ଘଟଣାରେ ଚାଉଳ ଯୋଗାଣ ହୋଲସେଲର ଜଡିତ ଥିବା ବେଳେ ସମସ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ମଧ୍ୟ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande