
କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – ସମ୍ପ୍ରତି ଆଳି ବ୍ଲକରେ ପ୍ରବଳ ବନ୍ୟା ଆସିବା ଯୋଗୁ ଦଶିପୁର ପଂଚାୟତର ଖରିଆ ଗ୍ରାମ ପାଣି ଘେରରେ ରହିଛି। ପାଣିଘେରରେ ଥିବା ଲୋକଙ୍କୁ ଆଳିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୌରହରି ସାହୁ ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁଶାନ୍ତ ସାହୁ ଓ ହୋଟେଲ ଏ ମାର୍ଟର ପ୍ରତିଷ୍ଠାତା ସନ୍ତୋଷ ସାହୁଙ୍କ ପ୍ରଚେଷ୍ଟାରେ ଖରିଆର ଶତାଧିକ ପରିବାରକୁ ଶୁଖୁଲା ଖାଦ୍ୟ ଯୋଗାଇ ଦିଆଯାଇଛି। କର୍ମକର୍ତାମାନେ ଲୋକମାନଙ୍କ ଘର ନିକଟକୁ ଯାଇ ତାଙ୍କୁ ଏ ଅସମୟରେ ଆଶ୍ୱାସନା ଦେବା ସହ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଫୁଲ୍ଲ କୁମାର ମଲ୍ଲିକ, କାଳିନ୍ଦୀ ପ୍ରସାଦ ସାହୁ, ଶ୍ରୀକାନ୍ତ କୁମାର ମଲ୍ଲିକ, ଚିରଞ୍ଜୀବ ବେହେରା, ବିବେକାନନ୍ଦ ଜେନା, ଅମର ପ୍ରସାଦ ସାହୁ, ସୁମନ କୁମାର ବେହେରା, ଧନେଶ୍ୱର ବେହେରା ପ୍ରମୁଖ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି