
ଝାରସୁଗୁଡା,୨୬, ଅଗଷ୍ଟ (ହି.ସ.) - ମହାପୁରୁଷ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଇଦ୍-ମିଲାଦ୍-ଉନ୍-ନବୀ ପର୍ବ ରେ ବୁଧବାର ମହାସମାରୋହ ରେ ପାଳିତ ହୋଇ ଯାଇଛି |ଏହି ପର୍ବ ପାଳନ ଅବସରରେ ହଟଳିପଡ଼ା ମଙ୍ଗଳବଜାର ରୁ ଏକ ଶୋଭାଯାତ୍ରା ଆରମ୍ଭ ହୋଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା |ଏହି ଶୋଭାଯାତ୍ରା ରେ ମୁସଲମାନ ସମ୍ପ୍ରଦାୟ ର ବହୁ ସଂଗଠନ ଗୁଡ଼ିକ ଯୋଗ ଦେଇଥିବା ବେଳେ ସମ୍ପ୍ରଦାୟର ମେହେତାବ ଖାନ, ସୟୀଦ ବେକ, ମହମ୍ମଦ ଯୁସୁଫ ପ୍ରମୁଖ ଙ୍କ ତତ୍ୱାଧାନ ରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିଲା |ଏହି ଅବସରରେ ମୁସଲମାନ ସମ୍ପ୍ରଦାୟ ର ମେହେତାବ ଖାନ କହିଛନ୍ତି ଯେ ହଜୁର ହଜରତ ମହମ୍ମଦ ମୁସ୍ତଫାଙ୍କ ପବିତ୍ର ଜନ୍ମ ସମଗ୍ର ମାନବଜାତି ପାଇଁ ଦୟା, ମାର୍ଗଦର୍ଶନ ଓ ଶାନ୍ତିର ବାର୍ତ୍ତା ବହନ କରିଆଣିଛି। ସେ ସାରା ଦୁନିଆକୁ ପ୍ରେମ, ଭାଇଚାରା, ନ୍ୟାୟ, ଧୈର୍ଯ୍ୟ ଓ ମାନବିକତାର ପଥ ଦେଖାଇଛନ୍ତି।ଏହି ପର୍ବ ପବିତ୍ର ଅବସରରେ, ମହମ୍ମଦଙ୍କ ଆଦର୍ଶ ଓ ଶିକ୍ଷାକୁ ନିଜ ଜୀବନରେ ଆପଣେଇବାକୁ ସମସ୍ତଙ୍କୁ ନିବେଦନ କରାଯାଉଛି। ସମାଜରେ ପାରସ୍ପରିକ ସଦ୍ଭାବ ବଜାୟ ରଖିବା ସହ ଗରୀବ ଓ ଅସହାୟଙ୍କୁ ସାହାଯ୍ୟ କରିବା ହିଁ ମହମ୍ମଦଙ୍କ ପ୍ରତି ପ୍ରକୃତ ଭଲପାଇବା ଓ ଶ୍ରଦ୍ଧାର ଶ୍ରେଷ୍ଠ ପ୍ରକାଶ ବୋଲି ମତ ପ୍ରକାଶ କରିଛନ୍ତି |ଏହି କାର୍ଯ୍ୟକ୍ରମରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳୀ ଦାସ, ଉପନଗରପାଳ ବେଣୁଗୋପାଳ ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ ଦାସ,ଟାଉନ କଂଗ୍ରେସ ସଭାପତି ଦେବାନନ୍ଦ ବାରିକ ଙ୍କ ସହିତ ବହୁ ରାଜନେତା, ସମାଜସେବୀ ଯୋଗଦାନ କରିଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ