

ସମ୍ବଲପୁର, ୨୬, ଅଗଷ୍ଟ (ହି.ସ.) -ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଏଡ଼ା ଡୁତିକା ସାହୁ ମହାବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ଭିଜିଲାନ୍ସ ରଜେରା ପୂର୍ବତନ ଅଧ୍ୟକ୍ଷ ବସନ୍ତ କୁମାର ନାୟକ। କଲେଜ ଫଣ୍ଡରୁ ପ୍ରାୟ ଅଢ଼େଇ କୋଟି ଟଙ୍କା ଆସମାସାତ କରିବା ଅଭିଯୋଗ ହୋଇଥିଲା ଗତ ଦୁଇହଜାର ଅଠରରୁ ଦୁଇହଜାର ପଚିଶ ପର୍ଯ୍ୟନ୍ତ ସାତ ବର୍ଷ ହେଲା କଲେଜର ଅଧ୍ୟକ୍ଷ ଭାବେ ବସନ୍ତ କାର୍ଯ୍ୟ କରିଥିଲେ ଏହି ସମୟରେ ସରକାରୀ ଟଙ୍କା ଓ ଛାତ୍ର ଛାତ୍ରୀଙ୍କ ଟଙ୍କା ଆସମାସାତ କରିବା ଅଭିଯୋଗ ହୋଇଥିଲା ତେବେ ନୂତନ ଅଧ୍ୟକ୍ଷ ଆସିବା ପରେ ସରକାରଙ୍କ ତରଫରୁ ପ୍ରାୟ ବୟାଳିଶ ଲକ୍ଷ ଟଙ୍କା କଲେଜ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲା ତାହା ମଧ୍ୟ ଆସମାସାତ ହୋଇଥିବା ଜଣାପଡ଼ିବା ପରେ ଭିଜିଲାନ୍ସରେ ଏନେଇ ରିପୋର୍ଟ ହୋଇଥିଲା ଆଜି କଲେଜରେ ଭିଜିଲାନ୍ସ ଟିମ୍ ପହଞ୍ଚି ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ବସନ୍ତଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଉଠାଇ ଆଣି ଗିରଫ କରିଥିବା ଜଣାପଡ଼ିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ