
ଗଂଜାମ, 26 ଅଗଷ୍ଟ (ହି.ସ.) ଗୋସାଇଁ ନୂଆଗାଁ ଥାନା ପୋଲିସ ଜଣେ ୧୯ ବର୍ଷୀୟ ଯୁବକକୁ ଗିରଫ କରିଛି। ଶାସ୍ତ୍ରୀ ନଗରର ସନ୍ତୋଷ କୁମାର ପଣ୍ଡାଙ୍କ ଅଭିଯୋଗ ଯେ ଅଭିଯୁକ୍ତ ମଦ ପିଇ ଗାଳି ଓ ଧମକ ଦେଇ ଖଣ୍ଡା ଓ ବାଉଁଶ ବାଡ଼ି ଦେଖାଇଥିଲା। ବାର ଜୁଲାଇ ଦିନ ପାଞ୍ଚଟା ତିରିଶରେ ନୀଳକଣ୍ଠ ନଗର ଛକ ପାଖରେ ତାଙ୍କୁ ଅଟକାଇ ଖଣ୍ଡାରେ ମାଡ଼ ମାରିବା ସହ ବାଇକ ଚଢ଼ାଇ ଦେବାକୁ ଚେଷ୍ଟା କରିଥିଲା। ତିରିଶ ହଜାର ଓ ପଚାଶ ହଜାର ଟଙ୍କା ମାଗି ମାରି ଦେବାକୁ ଧମକ ଦେଇଥିଲା। ଅଭିଯୁକ୍ତ ରୋହନ ପାଣିଗ୍ରାହୀ, ବୟସ ୧୯ ପିତା ସ୍ୱର୍ଗତ ଟୁଟୁ ପାଣିଗ୍ରାହୀ, ଶାସ୍ତ୍ରୀ ନଗର, ଗୋସାଇଁ ନୁଆଗାଁର ବାସିନ୍ଦ । ତାକୁ ଗତକାଲି ଗିରଫ କରାଯାଇଛି। ଏହି ଯୁବକ ନାଁରେ ପୂର୍ବରୁ ମଧ୍ୟ ଥାନାରେ ମାମଲା ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ