
ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ, ସହରରେ ଶୋଭାଯାତ୍ରା
ନୂଆପଡ଼ା,୨୬ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଖଡ଼ିଆଳ ସହରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ପ୍ରୋଫେଟ ମହମ୍ମଦଙ୍କ ବାଣୀକୁ ସ୍ଲୋଗାନ ମାଧ୍ୟମରେ ପ୍ରଚାର କରାଯାଇଥିଲା। ଖଡ଼ିଆଳ ମସଜିଦ ଠାରୁ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପୁନର୍ବାର ମସଜିଦ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରାରେ ଅଞ୍ଚଳର ବହୁ ସଂଖ୍ୟକ ମୁସଲମାନ ସମ୍ପ୍ରଦାୟର ଲୋକେ ନିଜ ଧାର୍ମିକ ପତାକା ସହ ଭାରତର ଜାତୀୟ ପତାକା ଧରି ସାମିଲ ହୋଇଥିଲେ। ମୁସଲମାନ ସମ୍ପ୍ରଦାୟର ସଭାପତି ସହିଦ ଖାନ, ଉପସଭାପତି ରେହେମାନ ଖାନ ଏବଂ ବରିଷ୍ଠ ସଦସ୍ୟ ୟାସିନ ମହମ୍ମଦଙ୍କ ନେତୃତ୍ୱରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ନାଗରିକ ମଧ୍ୟ ସାମିଲ ହୋଇ ହର୍ଷୋଲ୍ଲାସର ସହ ମହମ୍ମଦଙ୍କ ଜନ୍ମଜୟନ୍ତୀ ପାଳନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ