ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ମାଓବାଦୀ ଡମ୍ପ ଠାବ
ମାଲକାନଗିରି , ୨୬ ଅଗଷ୍ଟ (ହି.ସ.) ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ପଚରାଉଚରା ଆଧାରରେ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ସୀମା ଅନ୍ତର୍ଗତ ଚେରକୋଟଲା, କିରମିଟି, କଟୁଆପଦର , କଦଭାଟା ଜଙ୍ଗଲ ଅଞ୍ଚଳରେ ମାଲକାନଗିରିର ଡ଼ିଭିଏଫ ଜବାନ ମାନେ ଙ୍କ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି
ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ମାଓବାଦୀ ଡମ୍ପ ଉଦ୍ଧାର


ମାଲକାନଗିରି , ୨୬ ଅଗଷ୍ଟ (ହି.ସ.) ଆତ୍ମସମର୍ପଣ କରିଥିବା ମାଓବାଦୀ ମାନଙ୍କୁ ପଚରାଉଚରା ଆଧାରରେ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ସୀମା ଅନ୍ତର୍ଗତ ଚେରକୋଟଲା, କିରମିଟି, କଟୁଆପଦର , କଦଭାଟା ଜଙ୍ଗଲ ଅଞ୍ଚଳରେ ମାଲକାନଗିରିର ଡ଼ିଭିଏଫ ଜବାନ ମାନେ ଙ୍କ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ଅଭିଯାନରେ ବସ୍ତର ଜିଲ୍ଲାର ଦରଭା ଥାନା ସୀମା ଏବଂ ସୁକମା ଜିଲ୍ଲା (ଛତିଶଗଡ଼)ର ପୁଷପାଲ ଥାନା ସୀମା ସହିତ ସୀମାନ୍ତବର୍ତ୍ତୀ ଉକ୍ତ ଅଞ୍ଚଳରେ ଆଜି ଭୋର ସମୟରେ ଏକ ପ୍ରମୁଖ ମାଓ ଡମ୍ପ ଠାବ କରାଯାଇଥିଲା। ଏହି ଡମ୍ପ ରୁ ଦେଶ ବନ୍ଧୁକ , ଆଇଇଡି, କ୍ଲେମର ମାଇନ, ଔଷଧ୍ୟ, ବ୍ୟାଟେରୀ, ମାଓ ପୋଷାକ, ପୁସ୍ତକ ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ସନ୍ଦେହ କରାଯାଉଛି ଯେ ଏହି ସାମଗ୍ରୀଗୁଡ଼ିକ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ ଥିଲା।ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ

ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଆନ୍ଧ୍ର -ଓଡିଶା ବୋର୍ଡର ଯୋନାଲ କମିଟି ମାଓ କ୍ୟାଡରମାନଙ୍କର ବୋଲି ସନ୍ଦେହ କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ତାରିଖ ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଲକାନଗିରି ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହୋଇସାରିଛି। ଜାନୁଆରୀ ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୨ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି ଏବଂ ୨୩ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଏହା ଉଲ୍ଲେଖନୀୟ ଯେ ଜୁନ୍ ୨୦୨୬ ରେ ତିନୋଟି ପ୍ରମୁଖ ଡମ୍ପ ଉଦ୍ଧାର କରାଯାଇଥିଲା।

ଏହା ବ୍ୟତୀତ, ଭବିଷ୍ୟତରେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ଡମ୍ପଗୁଡ଼ିକରେ ଲୁଚାଇ ରଖାଯାଇଥିବା ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଚିହ୍ନଟ ଏବଂ ଉଦ୍ଧାର କରିବା ପାଇଁ ଏସଓଜି ଏବଂ ଡ଼ିଭିଏଫ ଦଳ ଦ୍ୱାରା ନିୟମିତ ଭାବରେ ଅଞ୍ଚଳରେ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande