ବୁଝୁନି ପୋଲିସ୍ ଦୁଇଦିନ ହେଲା ମାଡ଼ ଭୟରେ ଘରଛାଡି ବୁଲୁଛନ୍ତି ମହିଳା
କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ମନ୍ତ୍ରୀପଡ଼ା ଗ୍ରାମରେ ରହୁଥିବା କେଳା ସମ୍ପ୍ରଦାୟର ପରିବାରଙ୍କ ଉପରେ ନିସ୍ତୁକ ଆକ୍ରମଣ ହେବା ପରେ ମୁଣ୍ଡ, ହାତ ଫାଟିଯାଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ ମାଡ଼ ଭୟରେ ଘରକୁ ଯାଇପାରୁ ନାହାଁନ୍ତି। ଏ ନେଇ ଡେରା
ବୁଝୁନି ପୋଲିସ୍ ଦୁଇଦିନ ହେଲା ମାଡ ଭୟରେ ଘରଛାଡି ବୁଲୁଛନ୍ତି ମହିଳା ।


କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ମନ୍ତ୍ରୀପଡ଼ା ଗ୍ରାମରେ ରହୁଥିବା କେଳା ସମ୍ପ୍ରଦାୟର ପରିବାରଙ୍କ ଉପରେ ନିସ୍ତୁକ ଆକ୍ରମଣ ହେବା ପରେ ମୁଣ୍ଡ, ହାତ ଫାଟିଯାଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇ ମାଡ଼ ଭୟରେ ଘରକୁ ଯାଇପାରୁ ନାହାଁନ୍ତି। ଏ ନେଇ ଡେରାବିଶ ଥାନାରେ ମାନି ସିଂ ଏତଲା ଦେଇଥିଲେ ମଧ୍ୟ କୌଣସି ଥାନା ଅଧିକାରୀ ସମସ୍ୟା ସମାଧାନ ନକରିବାରୁ କୁନା ସିଂ, ମଳୟ ସିଂ, ମାଳ ସିଂ, ଅଭିର ସିଂ, ତପସ୍ୱୀ ସିଂ, ମିଟୁ ସିଂ ପ୍ରମୁଖ ବୁଧବାର କେନ୍ଦ୍ରାପଡ଼ା ଏସ୍ଡିପିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କର ସମ୍ପର୍କୀୟମାନେ ତାଙ୍କୁ ନିସ୍ତୁକ ଭାବରେ ମାଡ଼ ମାରିବା ସହିତ ଜୀବନରୁ ମାରିବା ପାଇଁ ଛକିଛନ୍ତି। ଏଣୁ ଏହି ପରିବାରର ସଦସ୍ୟମାନେ ଭୟରେ ଦୁଇଦିନ ହେଲା ଘରକୁ ନଯାଇ ବାହାରେ ବୁଲୁଥିବା ଏସ୍ଡିପିଓ ଜ୍ୟୋତିରଂଜନ ଗୌଡ଼ଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ପାଇଁ ଦାବି କରିବା ସହିତ ସେମାନଙ୍କୁ ଘରକୁ ଛାଡ଼ିବା ପାଇଁ ନିବେଦନ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande