
ଝାରସୁଗୁଡ଼ା, ୨୬ ଅଗଷ୍ଟ (ହି.ସ.) - ମହିଳାଙ୍କୁ ହଇରାଣ, ଧମକ ଏବଂ ଡିଜିଟାଲ ପ୍ଲାଟଫର୍ମର ଅପବ୍ୟବହାର ଅଭିଯୋଗ ମାମଲାରେ ଝାରସୁଗୁଡ଼ା ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ପୁଲିସ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୩ ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଏହି ସମ୍ପର୍କରେ ସିସି ଆଣ୍ଡ ଇଓ ପି.ଏସ୍. କେସ୍ ନଂ-୩୦/୨୦୨୬ ରୁଜୁ ହୋଇଥିଲା। ଅଭିଯୋଗ ମିଳିବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ଡିଜିଟାଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ସହ ମହିଳାଙ୍କୁ ହଇରାଣ ଏବଂ ଅପରାଧିକ ଧମକ ଦିଆଯାଇଥିବା ଅଭିଯୋଗ ରହିଛି।
ଗିରଫ ଅଭିଯୁକ୍ତ ହେଲେ କ୍ଷୀରସାଗର ବେହେରା (୩୦) ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପିଥିଣ୍ଡା ଗ୍ରାମର ବାସିନ୍ଦା।
ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ, ବିଶେଷକରି ଡିଜିଟାଲ ଓ ସୋସିଆଲ ମିଡିଆ ମାଧ୍ୟମରେ ଘଟୁଥିବା ଅପରାଧ ଉପରେ ଝାରସୁଗୁଡ଼ା ପୁଲିସ ତ୍ୱରିତ ଓ ପ୍ରଭାବଶାଳୀ ପଦକ୍ଷେପ ନେଉଥିବା ଏହି ଗିରଫ ଘଟଣାରୁ ସ୍ପଷ୍ଟ ହୋଇଛି।
ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ପାଇଁ ଝାରସୁଗୁଡ଼ା ପୁଲିସ ପ୍ରତିବଦ୍ଧ ରହିଥିବା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ