
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ)-ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନସ୍ଥ କେନ୍ଦୁଆପଦା–ଭଦ୍ରକ–କଟକ ସେକ୍ସନରେ ୩ୟ ଲାଇନ୍ କମିଶନିଂ ପାଇଁ କେନ୍ଦୁଆପଦା ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପରିପ୍ରେକ୍ଷୀରେ, କାର୍ଯ୍ୟର ସୁରକ୍ଷିତ ଓ ସୁଗମ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କେତେକ ଟ୍ରେନ୍ ସେବାକୁ ସାମୟିକ ଭାବେ ନିୟନ୍ତ୍ରଣ କରାଯିବ।
ଏହି ଅନୁଯାୟୀ, ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ଉଲ୍ଲେଖିତ ତାରିଖରେ ବାତିଲ, ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) କରାଯିବ। ୬୮୪୩୮ କଟକ–ଭଦ୍ରକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟରେ ବାତିଲ ରହିବ।୬୮୪୩୭ ଭଦ୍ରକ–କଟକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟରେ ବାତିଲ ରହିବ। ୬୮୪୨୪ କଟକ–ଭଦ୍ରକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟରେ ଭଦ୍ରକ ପରିବର୍ତେ ଯାଜପୁର କେନ୍ଦୁଝର ରୋଡ୍ ଠାରେ ସ୍ୱଳ୍ପ-ସମାପ୍ତ ହେବ।୬୮୪୨୩ ଭଦ୍ରକ–କଟକ ମେମୁ ଟ୍ରେନ୍ ୨୯ ଓ ୩୦ ଅଗଷ୍ଟରେ କଟକ ପରିବର୍ତେ ଯାଜପୁର କେନ୍ଦୁଝର ରୋଡ୍ ଠାରୁ ଯାତ୍ରା ଆରମ୍ଭ କରିବ।୧୮୦୩୭ ଖଡ଼ଗପୁର–ଯାଜପୁର କେନ୍ଦୁଝର ରୋଡ୍ ଏକ୍ସପ୍ରେସ୍ ଟ୍ରେନ୍ ୨୭ରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଯାଜପୁର କେନ୍ଦୁଝର ରୋଡ୍ ପରିବର୍ତେ ଭଦ୍ରକ ଠାରେ ଯାତ୍ରା ସମାପ୍ତ କରିବ। ୧୮୦୩୮ ଯାଜପୁର କେନ୍ଦୁଝର ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍ ୨୮ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଯାଜପୁର କେନ୍ଦୁଝର ରୋଡ୍ ପରିବର୍ତେ ଭଦ୍ରକ ଠାରୁ ଯାତ୍ରା ଆରମ୍ଭ କରିବ। ୧୮୦୨୧ ଖଡ଼ଗପୁର–ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ ଟ୍ରେନ୍ ୨୭ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତେ ଭଦ୍ରକ ଠାରେ ଯାତ୍ରା ସମାପ୍ତ କରିବ।୧୮୦୨୨ ଖୋର୍ଦ୍ଧା ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍ ୨୭ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତେ ଭଦ୍ରକ ଠାରୁ ଯାତ୍ରା ଆରମ୍ଭ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା