
କେନ୍ଦ୍ରାପଡ଼ା, ୨୬ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୯ଟି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲାପାଳ ରଘୁରାମ୍ ଆର୍. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ତତ୍ୱାବଧାନରେ ୯ଟି ବ୍ଲକର ବିଡିଓ, ଏବିଡିଓ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବିକଶିତ ଗାଁ ବିକଶିତ ଓଡ଼ିଶା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ଅନ୍ତୋଦ୍ୱୟ, ଗୃହ ଯୋଜନା, ଭିବିଜି ରାମଜୀ, ଅଙ୍ଗନୱାଡ଼ୀ ଗୃହ ନିର୍ମାଣ ଆଦି ଯୋଜନାର ସମୀକ୍ଷା କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ଅଧିନରେ ଅଙ୍ଗନୱାଡ଼ୀ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହା ହସ୍ତାନ୍ତର କରାଯାଉନଥିବାରୁ ଅଙ୍ଗନୱାଡ଼ୀ ଗୃହଗୁଡ଼ିକୁ ହସ୍ତାନ୍ତର କରିବା ସହିତ ବ୍ୟବହାର ଉପଯୋଗୀ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଓ ବିଭିନ୍ନ ବ୍ଲକରେ ଚାଲୁ ରହିଥିବା ଯୋଜନାଗୁଡ଼ିକ ସମୟସୀମା ଭିତରେ ସାରିବା ପାଇଁ ଗୁରୁତ୍ୱ ଆରୋପ କରାଯାଇଥିଲା। ଯୋଜନା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୃତ ପାଇଁ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ। ଚାଲୁ ରହିଥିବା ବିଭିନ୍ନ ଯୋଜନାଗୁଡ଼ିକୁ ସମୟସୀମା ଭିତରେ ସମାପ୍ତ କରି ଜନହିତରେ ଲଗାଇବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି