ଶ୍ୱଶୁରକୁ କଟୁରିରେ ହାଣି ହତ୍ୟା ଅଭିଯୋଗରେ ଜ୍ୱାଇଁ ଗିରଫ

ସମ୍ବଲପୁର, ୨୬ ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ମହୁଲଛାପଲ ଗାଁର ଲାଲପଡ଼ାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ନିଜ ଶ୍ୱଶୁରଙ୍କ ସହ ବାକ୍ ବିତଣ୍ଡା ହେବା ପରେ ଉତ୍ତେଜିତ ହୋଇ ଜ୍ୱାଇଁ ଧାରୁଆ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ମୃତକ ଜଣଙ୍କ ପିଣ୍ଡାପଥର ଗ୍ରାମର କାଲୋ କଚ୍ଛପ। ସୂଚନା ଅନୁଯାୟୀ, ମହୁଲଛାପଲ ଗ୍ରାମର ଏନ୍ଥୋନି କିସାନ କାଲୋ କଚ୍ଛପଙ୍କ ଝିଅ ଅମିତାକୁ ବିବାହ କରିଥିଲା । ମାତ୍ର କିସାନ ଓ ଅମିତାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଘରୋଇ କଳହକୁ ନେଇ ବିବାଦ ହେଉଥିଲା। ଏହାପରେ ଅମିତା ନିଜ ବାପଘର ପିଣ୍ଡାପଥରକୁ ଚାଲିଆସି ରହୁଥିଲା । ମଙ୍ଗଳବାର ଅମିତାଙ୍କ ବାପା କାଲୋ କଚ୍ଛପ ଜ୍ୱାଇଁ ଏନ୍ଥୋନିଙ୍କ ଘରକୁ ଆସି ବୁଝାଶୁଝା କରିଥିଲେ।

ଏହି ସମୟରେ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ କଥା ବହୁ ଉଚ୍ଚବାଚରେ କଟାକଟି ହୋଇଥିଲା। ପରେ ବିଳମ୍ବିତ ରାତିରେ ଏନ୍ଥୋନି ଏକ ଧାରୁଆ କଟୁରିରେ କାଲୋଙ୍କୁ ଆକ୍ରମଣ କରି ହତ୍ୟା କରିଦେଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ଗୋବିନ୍ଦପୁର ଥାନା ଅଧିକାରିଣୀ ପଦ୍ମାଳୟା ସାହୁ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଏନ୍ଥୋନି କିସାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପୋଲିସର ତଦନ୍ତରେ ସେ ହତ୍ୟା କରିଥିବା ସ୍ବୀକାର କରିଥିଲା । ପୋଲିସ ୧୨୮/୨୬ ରେ ଏକ ମାମଲା ରୁଜୁ କରି ପୋଲିସ ଆନ୍ଥୋନିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande