ବେଦାନ୍ତ ବେଦକ୍ଷତା ସ୍କିଲ୍ ଡେଭଲପମେଣ୍ଟ ପଦକ୍ଷେପ ମାଧ୍ୟମରେ ୩୦ ଯୁବକ-ଯୁବତୀଙ୍କୁ ତାଲିମ
Skill development program by Vedanta
ବେଦାନ୍ତ ବେଦକ୍ଷତା ସ୍କିଲ୍ ଡେଭଲପମେଣ୍ଟ ପଦକ୍ଷେପ ମାଧ୍ୟମରେ ୩୦ ଯୁବକ-ଯୁବତୀଙ୍କୁ ତାଲିମ


ଝାରସୁଗୁଡ଼ା, 26 ଅଗଷ୍ଟ (ହି.ସ.) -ବେଦାନ୍ତ ଆଲୁମିନିଅମ ଝାରସୁଗୁଡ଼ା ପକ୍ଷରୁ ବେଦକ୍ଷତା ସ୍କିଲ୍ ଡେଭଲପମେଣ୍ଟ ପକ୍ଷରୁ ୩୦ ଯୁବକ ଯୁବତୀଙ୍କୁ ଶିଳ୍ପ ଆବଶ୍ୟକତା ଅନୁକୂଳ ଖାଦ୍ୟ ଓ ପାନୀୟ କ୍ଷେତ୍ରରେ ତାଲିମ ଦିଆଯାଇଛି। ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ କମ୍ପାନିର ବେଦକ୍ଷତା ସ୍କିଲ୍ ଡେଭଲପ ପମେଣ୍ଟ ସେଣ୍ଟରରେ ପ୍ରଶିକ୍ଷାର୍ଥୀମାନଙ୍କ ନୂତନ ବ୍ୟାଚ୍ର ସମାପନୀ ସମାରୋହ ଆୟୋଜିତ ହୋଇଛି। ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି (ଓଏସ୍ଡିଏ), ଝାରସୁଗୁଡ଼ାର ଅମିତ କୁମାର ଉଦ୍ଯାପନୀ ଉତ୍ସବରେ ଅଧ୍ଯକ୍ଷତାରେ କରିଥିଲେ। ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବୋଧିତ କରି ସେ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନୂତନ ଭାବେ ଅର୍ଜନ କରିଥିବା ଦକ୍ଷତାକୁ ଉପଯୋଗ କରି ସଫଳ ଭାବିଷ୍ୟତ ଗଢ଼ିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ସି. ଚଦ୍ରୁ କହିଛନ୍ତି, ବେଦକ୍ଷତା ମାଧ୍ୟମରେ ସ୍ଥାନୀୟ ଯୁବପିଢ଼ିଙ୍କୁ ଶିଳ୍ପ ଆବଶ୍ୟକତା ଅନୁକୂଳ ଦକ୍ଷତା, ବ୍ୟବହାରିକ ଅଭିଜ୍ଞତା ଏବଂ ନିଜର ଆକାଂକ୍ଷାକୁ ସାର୍ଥକ କ୍ୟାରିୟରରେ ପରିଣତ କରିବା ପାଇଁ ଆବଶ୍ୟକ ଆତ୍ମବିଶ୍ବାସ ପ୍ରଦାନ କରିବା ଆମର ଉଦ୍ୟମ ଓଡ଼ିଶାରେ ଦକ୍ଷତା ବିକାଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଅଧିକ ସୁଯୋଗ ସୃଷ୍ଟି କରିବାକୁ ଆମେ ପ୍ରତିବଦ୍ଧ ଏବଂ ଆତ୍ମନିର୍ଭରଶୀଳତା ପାଇଁ ଏହି କାର୍ଯ୍ୟକ୍ରମରେ ନିଜ ଅଭିଜ୍ଞତା ବାଣ୍ଟି ପ୍ରଶିକ୍ଷାର୍ଥୀ କିର୍ମିରା ବ୍ଲକ୍ ଅନ୍ତର୍ଗତ ପୁଢ଼େଇଧି ଗ୍ରାମର ଯଶୋଦା ବୁଡୁଲା କହିଛନ୍ତି, ଏହି ପ୍ରଶିକ୍ଷଣ ଦ୍ବାରା ଖାଦ୍ୟ ଓ ପାନୀୟ କ୍ଷେତ୍ରକୁ ଉତ୍ତମ ଭାବେ ବୁଝିବାରେ ତାଙ୍କୁ ସହାୟତା ମିଳିଛି। ଏହା ତାଙ୍କ ବୃତ୍ତଗତ ଦକ୍ଷତା ସହ ଆତ୍ମବିଶ୍ବାସକୁ ମଧ୍ୟ ବୃଦ୍ଧି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande