ମୌସମୀ ଅଧିବେଶନରେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ- ବିଜେପି ବିଧାୟକ
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ମୌସମୀ ଅଧିବେଶନରେ ସବୁ ପ୍ରସଙ୍ଗରେ ଆଲୋଚନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିଜେପି ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିରୋଧୀ କେବଳ ବିରୋଧ କରିବା ନାଁରେ ବିରୋଧ କରୁଛି କିନ୍ତୁ ସେମିତି କିଛି ପ୍
ମୌସମୀ ଅଧିବେଶନରେ ସବୁ     ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ- ବିଜେପି ବିଧାୟକ


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ମୌସମୀ

ଅଧିବେଶନରେ ସବୁ ପ୍ରସଙ୍ଗରେ ଆଲୋଚନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିଜେପି ବିଧାୟକ ଦୁର୍ଗା

ପ୍ରସନ୍ନ ନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିରୋଧୀ କେବଳ ବିରୋଧ କରିବା ନାଁରେ ବିରୋଧ କରୁଛି

କିନ୍ତୁ ସେମିତି କିଛି ପ୍ରସଙ୍ଗ ନାହିଁ । ଆମେ ବି ଚାହୁଁଛୁ ପ୍ରସଙ୍ଗ ଉଠାନ୍ତୁ ଆଲୋଚନା ହେଉ ।

କିନ୍ତୁ ବିଗତ ଦିନରେ ଯେମିତି ଦେଖିଛନ୍ତି ପ୍ରସଙ୍ଗ ଉଠାଇ ସରକାର ଉତ୍ତର ଦେବ ବେଳକୁ ବିରୋଧୀ

କକ୍ଷ ତ୍ୟାଗ କରିପଳାନ୍ତି । ହୋ ହାଲ୍ଲା ହଟଗୋଳ କରି ଗୃହକୁ ଅଚଳ ନ କରନ୍ତୁ ବୋଲି ସେ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande