
ଜୟପୁର, ୨୬ ଅଗଷ୍ଟ (ହି.ସ.) - ରାକ୍ଷୀ ପୂର୍ବରୁ ଜୟପୁରରେ ମିଠାର ମାନ ଯାଂଚ ଆରମ୍ଭ ହୋଇଛି। ଛେନା, ପନିର ସମେତ ବିଭିନ୍ନ ପ୍ରକାର ମିଠାର ଗୁଣବତା ଯାଂଚ କରିଛନ୍ତି କୋରାପୁଟ ଖାଦ୍ୟ ସୁରକ୍ଷା ଅଧିକାରୀ ପଂକଜିନୀ ଦେହୁରୀଆ । ଜୟପୁର ସହର ର ହୋଟେଲ ମହାରାଜା, ହୋଟେଲ ଲୋକେଶ ଭଳି ୮ଟି ହୋଟେଲ ଉପରେ ଚଢ଼ାଉ ହୋଇଛି କ୍ଷ ଅନେକ ମିଠା ଦୋକାନରେ ଚାଲିଛି ଲଗାତାର ଯାଂଚ, ନିୟମ ଉଲ୍ଲଂଘନ କରିଥିବା ଦୋକାନୀଙ୍କଠାରୁ ଆଦାୟ ହୋଇଛି ଜୋରିମାନା। ମୋଟ ୨୩ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି କ୍ଷ ରାକ୍ଷୀ ପୂର୍ବରୁ ଜୟପୁର ସହରରେ ଆରମ୍ଭ ହୋଇଛି ମିଠାର ମାନ ଯାଂଚ। ଆଜି କୋରାପୁଟ ଖାଦ୍ୟ ସୁରକ୍ଷା ଅଧିକାରୀ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରି ଛେନା, ପନିର ଓ ବିଭିନ୍ନ ପ୍ରକାର ମିଠାର ମାନ ଯାଂଚ କରିଛନ୍ତି। ପର୍ବପର୍ବାଣୀ ସମୟରେ ଗ୍ରାହକଙ୍କୁ ଯେପରି ଅସୁରକ୍ଷିତ କିମ୍ବା ନିମ୍ନମାନର ମିଠା ବିକ୍ରି ନହୁଏ, ସେଥିପାଇଁ ଏହି ଯାଂଚ କରାଯାଇଛି। ଯାଂଚ ସମୟରେ ଅନିୟମିତତା ଓ ଅପରିଷ୍କାର ପରିବେଶ ନେଇ ଜୋରିମାନା ଆଦାୟ ହୋଇଛି କ୍ଷ ମିଳିଥିବା ଦୋକାନୀଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି।ରାକ୍ଷୀ ପୂର୍ବରୁ ମିଠାର ଚାହିଦା ବଢ଼ିଥିବା ବେଳେ, ଗ୍ରାହକଙ୍କୁ ସୁରକ୍ଷିତ ଓ ଗୁଣବତା ସମ୍ପନ୍ନ ଖାଦ୍ୟ ଯୋଗାଇବା ଉପରେ ଖାଦ୍ୟ ସୁରକ୍ଷା ବିଭାଗର ଏହି ଯାଂଚ ଅଭିଯାନ ଗୁରୁତ୍ୱ ବହନ କରୁଛି। ପର୍ବ ପୂର୍ବରୁ ଏଭଳି ଯାଂଚ ଜାରି ରହିଲେ ନିମ୍ନମାନର ମିଠା ବିକ୍ରି ଉପରେ ରୋକ୍ ଲାଗିବା ସହ ଗ୍ରାହକମାନେ ମଧ୍ୟ ଆଶ୍ୱସ୍ତ ହୋଇପାରିବେ। ଚଢ଼ାଉ ସମୟରେ ଜୟପୁର ପୌର କର୍ମଚାରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି