କଂଗ୍ରେସ ସେବାଦଳ ପ୍ରତିଷ୍ଠାତା ଡ. ଏନ. ଏସ ହାର୍ଡ଼ିକର ଙ୍କର ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ)- ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ କଂଗ୍ରେସ ସେବାଦଳ ପ୍ରତିଷ୍ଠାତା ଡ. ଏନ. ଏସ ହାର୍ଡ଼ିକରଙ୍କର ୫୧ତମ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ସମୟରେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଏବଂ
cong


ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ)- ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ କଂଗ୍ରେସ ସେବାଦଳ ପ୍ରତିଷ୍ଠାତା ଡ. ଏନ. ଏସ ହାର୍ଡ଼ିକରଙ୍କର ୫୧ତମ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ସମୟରେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଏବଂ ଅନ୍ୟ ସେବାଦଳର କର୍ମୀମାନେ ସ୍ୱର୍ଗତ ହାର୍ଡ଼ିକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଗାର୍ଡ ଅଫ ଅର୍ନର ପ୍ରଦାନ କରାଯାଇଥିଲା ଏବଂ ବନ୍ଦେ ମାତରମ ଗାନ କରାଯାଇଥିଲା। ଏହାପରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ସଫେଇ କରିବା ସହ ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଓ ବସଷ୍ଟାଣ୍ଡ ପରିସରରୁ ଅଳିଆ ଆର୍ବଜନା ପରିସ୍କାର କରିଥିଲେ।ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ କଳ୍ପନା ଛକ ମ୍ୟୁଜିୟମ୍ ସମ୍ମୁଖରେ ଅବହେଳିତ ଓ ଅପରିସ୍କାର ଭାବେ ଥିବା ସହୀଦ୍ ସ୍ମୃତି ସ୍ତମ୍ବର ଭିତର ଓ ବାହାର ପାଶ୍ୱର୍ ପରିସ୍କାର ପରିଛନ୍ନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande