
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.) - ପୂର୍ବତନ ମୁଖ୍ୟ ସଚେତକ, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସତ୍ୟଭୂଷଣ ସାହୁଙ୍କ ଦେହାନ୍ତ ହୋଇଛି । ସ୍ୱର୍ଗତ ସାହୁଙ୍କ ମରଶରୀର ବୁଧବାର ସଂନ୍ଧ୍ୟାରେ କଂଗ୍ରେସ ଭବନରେ ପହଂଚିବା ପରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ପ୍ରାର୍ଥୀବ ଶରୀରରେ ଦଳୀୟ ପତାକା ଓ ପୁଷ୍ପଗୁଚ୍ଛ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଶୁଭେନ୍ଦୁ ମହାନ୍ତି, ଦେବାଶିଷ ପଟ୍ଟନାୟକ, ଅରବିନ୍ଦ ଦାସ, ହମିଦ ହୁସେନ, ରାଜୀବ ପଟ୍ଟନାୟକ, ହିଂମାଶୁ ଲେଙ୍କା, ଜାନକୀ ମଲ୍ଲିକ, ଜୟଶ୍ରୀ ପଟ୍ଟନାୟକ, ତରୁଣ ମିଶ୍ର, ସିର୍ଦ୍ଧାଥ ରାଉତରାୟ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା