
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.) - ଆସନ୍ତାକାଲି (ଗୁରୁବାର)ଆମ ବସ୍ ରେ ମାଗଣାରେ ଯାତ୍ରା କରିବେ ସମସ୍ତ ମହିଳା ଯାତ୍ରୀ। ରକ୍ଷା ବନ୍ଧନ ପାଇଁ କ୍ରୁଟ୍ ପକ୍ଷରୁ ଆସନ୍ତାକାଲି ପାଇଁ ଏହି ସୁବିଧା ଘୋଷଣା କରାଯାଇଛି। ଏହି ସୁବିଧା ରାଜ୍ୟର ୭ଟି ସହରରେ ଚାଲୁଥିବା ସମସ୍ତ ଆମ ବସ୍'ରେ ଉପଲବ୍ଧ ହେବ। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ମହିଳାମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା