ଜିପିଏଫ୍ ଅର୍ଥ ଆତ୍ମସାତ ମାମଲାରେ ପୂର୍ବତନ କନିଷ୍ଠ କିରାଣି ଦୋଷୀ ସାବ୍ୟସ୍ତ, ୨ ବର୍ଷ ସଶ୍ରମ କାରାଦଣ୍ଡ
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ର ପୂର୍ବତନ କନିଷ୍ଠ କିରାଣି ଏବଂ ବର୍ତ୍ତମାନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ସଂଗ୍ରାମ ପଟ୍ଟନାୟକଙ୍କୁ ଜିପିଏଫ୍ ଅର୍ଥ ହଡ଼ପ ଓ ଦୁର୍ନୀତି ମାମଲାରେ ଦୋଷୀ
ଜିପିଏଫ୍ ଅର୍ଥ ଆତ୍ମସାତ ମାମଲାରେ ପୂର୍ବତନ କନିଷ୍ଠ କିରାଣି ଦୋଷୀ ସାବ୍ୟସ୍ତ, ୨ ବର୍ଷ ସଶ୍ରମ କାରାଦଣ୍ଡ


ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ.) କେନ୍ଦୁଝର ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)ର ପୂର୍ବତନ କନିଷ୍ଠ କିରାଣି ଏବଂ ବର୍ତ୍ତମାନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ସଂଗ୍ରାମ ପଟ୍ଟନାୟକଙ୍କୁ ଜିପିଏଫ୍ ଅର୍ଥ ହଡ଼ପ ଓ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦାୟର ମାମଲାରେ ପଟ୍ଟନାୟକଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧)(ସି)(ଡି) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୪୦୯, ୪୭୭-ଏ, ୪୩୫ ଓ ୨୦୧ ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଥିଲା।

ଭିଜିଲାନ୍ସର ସୂଚନା ଅନୁଯାୟୀ, ୧୯୯୯ରୁ ୨୦୦୩ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦରମାରୁ କଟାଯାଇଥିବା ସାଧାରଣ ଭବିଷ୍ୟନିଧି (ଜିପିଏଫ୍) ରିଫଣ୍ଡ ଅର୍ଥ ମହାଲେଖାକାର (ଏଜି), ଓଡ଼ିଶା, ଭୁବନେଶ୍ୱରଙ୍କ ନିକଟରେ ଜମା କରାଯାଇନଥିଲା। ଏହି ଅର୍ଥର ଅନିୟମିତତା ଓ ହଡ଼ପ ନେଇ ଅଭିଯୋଗ ହୋଇଥିଲା।

ମାମଲାର ଶୁଣାଣି ପରେ କେନ୍ଦୁଝରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ସଂଗ୍ରାମ ପଟ୍ଟନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

ଦୋଷୀ ସାବ୍ୟସ୍ତ ହେବା ପରେ ସଂଗ୍ରାମ ପଟ୍ଟନାୟକଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରସ୍ତାବ ଦିଆଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହାପରେ ବିଭାଗୀୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande