ଗୁନେଇପଡ଼ା   ସ୍କୁଲ ଅଞ୍ଚଳ ରେ ଭାଲୁ ଆତଙ୍କ
ଜୟପୁର, 26 ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଗୁନେଇପଡ଼ା ଅଞ୍ଚଳ ରେ ଏକ ଭାଲୁ ଆତଙ୍କ ସୃଷ୍ଟି କରିଛି।ଏକ ବିରାଟ ବଡ଼ ଭାଲୁ ଗୁନେଇପଡ଼ା ଅଞ୍ଚଳ ର ବିଭିନ୍ନ ଗାଁ ରେ ଘୁରି ବୁଲୁଛି। ଆଜି ଭୋର୍ ସକାଳେ ସ୍କୁଲ ବାରଣ୍ଡା ରେ ଶୋଇ ଥିବା କିଛି ଲୋକ ଦେଖିଥିଲେ। ଭାଲୁକୁ ଦେଖି ଲୋକେ ପାଟି କ
ଗୁନେଇପଡ଼ା   ସ୍କୁଲ ଅଞ୍ଚଳ ରେ   ଭାଲୁ ଆତଙ୍କ


ଗୁନେଇପଡ଼ା   ସ୍କୁଲ ଅଞ୍ଚଳ ରେ   ଭାଲୁ ଆତଙ୍କ


ଜୟପୁର, 26 ଅଗଷ୍ଟ (ହି.ସ.)-

କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଗୁନେଇପଡ଼ା ଅଞ୍ଚଳ ରେ ଏକ ଭାଲୁ ଆତଙ୍କ ସୃଷ୍ଟି କରିଛି।ଏକ ବିରାଟ ବଡ଼ ଭାଲୁ ଗୁନେଇପଡ଼ା ଅଞ୍ଚଳ ର ବିଭିନ୍ନ ଗାଁ ରେ ଘୁରି ବୁଲୁଛି। ଆଜି ଭୋର୍ ସକାଳେ ସ୍କୁଲ ବାରଣ୍ଡା ରେ ଶୋଇ ଥିବା କିଛି ଲୋକ ଦେଖିଥିଲେ। ଭାଲୁକୁ ଦେଖି ଲୋକେ ପାଟି କଲେ ଜଙ୍ଗଲ ଭିତର କୁ ଚାଲି ଯାଉଛି ଓ ପୁଣି ସନ୍ଧ୍ୟା ରେ ଗାଁ ମୁହାଁ ହେଉ ଥିବା ଜଣା ପଡିଛି।କିନ୍ତୁ ଏବେ ଯାଏଁ ଭାଲୁ ଟି କାହାର କ୍ଷତି କରି ଥିବା ନଜରକୁ ଆସିନାହିଁ। ---

କିନ୍ତୁ ଗୁନେଇ ପଡ଼ା ସ୍କୁଲ ଭିତରେ ଭାଲୁ ଆସୁଥିବା ରୁ , ଭୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ରହିଛନ୍ତି l

ଗୁନେଇ ପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବଣୁଆ ଭାଲୁ ପଶି ଆସିବାରୁ ଆତଙ୍କ ଖେଳି ଯାଇଛି।

ଭାଲୁ ହଠାତ୍ ସ୍କୁଲ ଗେଟ୍ ଡେଇଁ ଭିତରକୁ ପଶି ଆସିଥିଲା।

ପ୍ରାୟ ଏକ ଘଣ୍ଟା ଧରି ଭାଲୁଟି ସ୍କୁଲ ରୋଷେଇ ଘର ଓ ଖେଳ ପଡ଼ିଆରେ ବୁଲିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭାଲୁକୁ ଜଙ୍ଗଲ ଆଡକୁ ଘଉଡାଇ ଦିଆଯାଇଛି।

ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି। ତେବେ ଏହି ଘଟଣା ପରେ ଅଭିଭାବକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସ୍କୁଲ ଚାରିପଟେ ସୁରକ୍ଷା ପାଚେରୀ ନଥିବାରୁ ବାରମ୍ବାର ବନ୍ୟଜନ୍ତୁ ପଶି ଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି, ପିଲାମାନେ ସୁରକ୍ଷିତ ଅଛନ୍ତି। ଆମେ ବନ ବିଭାଗ ଓ ପ୍ରଶାସନକୁ ଲିଖିତ ଭାବେ ଜଣାଇବୁ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande