
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ମହାପ୍ରଭୁ
ଜଗନ୍ନାଥଙ୍କ ଉପରେ ଆନିମେସନ୍ ଫିଲ୍ମ ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିର୍ଣ୍ଣୟକୁ
ନେଇ ଗଜପତିଙ୍କୁ ଚିଠି । ଗଜପତିଙ୍କୁ ଚିଠି ଦ୍ବାରା ଅବଗତ କରିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭା
। ଏନେଇ ଗଜପତିଙ୍କ ଶ୍ରୀନହର କାର୍ଯ୍ୟାଳୟ ପକ୍ଷରୁ ମୁକ୍ତିମଣ୍ଡପ ସମ୍ପର୍କିତ ଚିଠି ପ୍ରକାଶ
ପାଇଛି । ଚିଠିରେ କୁହାଯାଇଛି ଯେ, ଆନିମେସନ ଫିଲ୍ମ ଦ୍ବାରା ଶ୍ରୀଜଗନ୍ନାଥଙ୍କ ପରମ୍ପରା, ସଂସ୍କୃତି
ଓ ତତ୍ତ୍ବ ନଷ୍ଟ ହେଉଛି । ଫିଲ୍ମରେ ଜଗନ୍ନାଥଙ୍କୁ ବିକୃତ ଭାବେ ଦର୍ଶାଯାଇଛି । ଏହା ଅକ୍ଷମଣୀୟ
ଅପରାଧ ‘ଆଇନ ସମ୍ମତ ନୁହେଁ ଫିଲ୍ମ ରିଲିଜ । ସମସ୍ତ ମାଧ୍ୟମରେ ଏହାର ପ୍ରସାରଣ ଉପରେ ରୋକ
ଲଗାଇବାକୁ ଦାବି ହୋଇଛି ।
ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ
କୁହାଯାଇଛି ଯେ,ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ହେବା ଆବଶ୍ୟକ । ପୂର୍ବରୁ ଫିଲ୍ମ
ରିଲିଜ୍ ଉପରେ ରୋକ୍ ପାଇଁ ମନା କରିଥିଲେ ସୁପ୍ରିମକୋର୍ଟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା