କୋମନା ତହସିଲଦାର ସସପେଣ୍ଡ
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ଜମି ଦୁର୍ନୀତି ମାମଲାରେ ତହସିଲଦାର ଓ ଏଆରଆଇ ସସ୍ପେଣ୍ଡ । କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ସସ୍ପେଣ୍ଡ । ତହସିଲଦାରଙ୍କୁ ନିଲମ୍ବନ କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଏଆରଆଇରାମନାଥ ମିଶ୍ରଙ୍କ
କୋମନା ତହସିଲଦାର ସସପେଣ୍ଡ


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ଜମି ଦୁର୍ନୀତି

ମାମଲାରେ ତହସିଲଦାର ଓ ଏଆରଆଇ ସସ୍ପେଣ୍ଡ । କୋମନା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ସର୍ବେଶ୍ୱର

ଜାଲ ସସ୍ପେଣ୍ଡ । ତହସିଲଦାରଙ୍କୁ ନିଲମ୍ବନ କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ଏଆରଆଇରାମନାଥ ମିଶ୍ରଙ୍କୁ

ନିଲମ୍ବନ କଲେ ଜିଲ୍ଲାପାଳ ।

ସୂଚନା ଅନୁସାରେ, ଚାନ୍ଦୋପଲା ଗାଁର ସତ୍ୟ ନାରାୟଣ ପ୍ରଧାନୀଙ୍କ

ନାଁରେ ଚାରି ଏକର ୪୦ ଡେସି ମିଲ ଚାଷଜମି ଥିଲା ।

ସତ୍ୟନାରାୟଣ ଫସଲବୀମା ପାଇଁ ଚାଷଜମି ପଟ୍ଟା ଧରି ସମବାୟ ସମିତିକୁ ଯାଇଥିଲେ। ସେଠି

ଜାଣିବାକୁ ପାଇଲେ ଯେ, ତାଙ୍କ ନାଁରେ ଚାଷଜମି ନାହିଁ, ସବୁ ବିକ୍ରି ହୋଇଯାଇଛି । ଚାଷଜମି ଖାତା ନଂ ୧୭୮ ୩୮୧, ୧୭୮/୩୮୨

ଓ ୧୭୮ ୩୮୩କୁ ପ୍ରକୃତ ଜମିମାଲିକ ସତ୍ୟନାରାୟଣଙ୍କ ଅଜାଣତରେ କେହି ବିକ୍ରି କରିଦେଇଥିବା ଅଭିଯୋଗ

ହୋଇଥିଲା। ଅନ୍ୟପଟେ ସେହି ଚାଷଜମି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳର ପର୍ଶୁରାମ ପାଢ଼ୀ,

ପାଟଣାଗଡ଼ର ସଂଜୟ କୁମାର ଅଗ୍ରୱାଲ ଓ ରାମପୁର ଅଞ୍ଚଳର ବୀରେନ୍ଦ୍ର ସରାଫଙ୍କ

ନାଁରେ କିଣିଥିଲେ । ପରେ ଚାଷ ଜମି ପ୍ରକୃତ ମାଲିକଙ୍କୁ ଫେରାଯାଇଥିଲା । ଏହି ମାମଲାରେ ବଡ ଆକ୍ସନ

ନେଇଛନ୍ତି ରାଜ୍ୟ ସରକାର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande