ମହିଳା ସମାନତା ଦିବସରେ କେଭି ସିଂହଦେଓଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ମହିଳା ସମାନତା ଦିବସରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମହିଳା ସମାନତା ଦିବସ ଅବସରରେ ଆମେ ଏହା ସ୍ୱୀକାର କରୁଛୁ ଯେ, ପ୍ରକୃତ ପ
ମହିଳା ସମାନତା ଦିବସରେ କେଭି     ସିଂହଦେଓଙ୍କ ଶୁଭେଚ୍ଛା


ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ମହିଳା ସମାନତା

ଦିବସରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୁଭେଚ୍ଛା ଜଣାଇଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ମହିଳା ସମାନତା ଦିବସ ଅବସରରେ ଆମେ ଏହା

ସ୍ୱୀକାର କରୁଛୁ ଯେ, ପ୍ରକୃତ ପ୍ରଗତି ସେତେବେଳେ ହାସଲ ହୁଏ, ଯେତେବେଳେ

ପ୍ରତ୍ୟେକ ମହିଳାଙ୍କୁ ଶିକ୍ଷା ଗ୍ରହଣ କରିବା,

ନେତୃତ୍ୱ ନେବା,

କାର୍ଯ୍ୟ କରିବା ଏବଂ ନିଜ ଭବିଷ୍ୟତ ନିଜେ ଗଢ଼ିବାର ସ୍ୱାଧୀନତା

ମିଳେ। ସମାନତା କେବଳ ସମାନ ସୁଯୋଗ ପାଇବା ବିଷୟ ନୁହେଁ—ଏହା ଏପରି ଏକ ପରିବେଶ ସୃଷ୍ଟି କରିବା

ସହ ଜଡ଼ିତ, ଯେଉଁଠାରେ

କୌଣସି ବାଧା ବିନା ପ୍ରତିଭା ଓ ଦୃଢ଼ ସଂକଳ୍ପର ବିକାଶ ହୋଇପାରିବ।

ସେ କହିଛନ୍ତି ଯେ, ଆସନ୍ତୁ, ଆମେ

ଏପରି ଏକ ସମାଜ ଗଢ଼ିବା ଦିଗରେ ନିରନ୍ତର ଆଗେଇ ଚାଲିବା, ଯେଉଁଠାରେ ମହିଳାଙ୍କ ସ୍ୱର

ଶୁଣାଯିବ, ସେମାନଙ୍କ

ଅବଦାନକୁ ସମ୍ମାନ ଓ ମୂଲ୍ୟ ଦିଆଯିବ ଏବଂ ସେମାନଙ୍କ ଆକାଂକ୍ଷାକୁ ସମାନ ଭାବେ ବିକଶିତ ହେବାର

ସୁଯୋଗ ମିଳିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande