
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ମହିଳା ସମାନତା
ଦିବସର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି
ସମାନତା ମହିଳାଙ୍କ ଅଧିକାର, ସମାନତା
ହିଁ ମହିଳାଙ୍କ ପାଇଁ ସ୍ୱାଧୀନତା ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ସମାନତା ମହିଳାଙ୍କ ଅଧିକାର, ସମାନତା ହିଁ ମହିଳାଙ୍କ ପାଇଁ ସ୍ୱାଧୀନତା। ବିକାଶଧାରାରେ ମହିଳାଙ୍କୁ
ସାମିଲ କରି ବିଜୁ ଜନତା ଦଳ ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିଥିଲା। ମିଶନ ଶକ୍ତିଠୁ ଆରମ୍ଭ
କରି ରାଜନୀତି ହେଉ ଅବା ସାମାଜିକ କାର୍ଯ୍ୟ ମହିଳାମାନେ ସବୁଥିରେ ହୋଇଥିଲେ ଅଗ୍ରଣୀ। ମହିଳା
ସମାନତା ଦିବସ ଅବସରରେ ଆମର ଏହି ସଙ୍କଳ୍ପକୁ ଆହୁରି ଦୃଢ଼ କରି ଆଗକୁ ବଢ଼ୁଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା