
ଭୁବନେଶ୍ୱର, 26 ଅଗଷ୍ଟ (ହି.ସ.)- ମଦର ଟେରେସାଙ୍କ
ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ
ପଟ୍ଟନାୟକ କହିଛନ୍ତି ଯେ, ସେ ସେ କରୁଣା ଓ ନିଃସ୍ୱାର୍ଥ ସେବାର ଜଣେ ପ୍ରତୀକ ଥିଲେ ।
ସୋସିଆଲ ମିଡିଆ ଏକ୍ସରେ ଏକ
ବାର୍ତ୍ତ ଜାରି କରି ସେ କହିଛନ୍ତି ଯେ, ଭାରତ ରତ୍ନ ଓ ନୋବେଲ ପୁରସ୍କାର ବିଜୟିନୀ ମଦର ଟେରେସାଙ୍କ
ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶତ ଶତ ନମନ। ସେ କରୁଣା ଓ ନିଃସ୍ୱାର୍ଥ ସେବାର ଜଣେ ପ୍ରତୀକ
ଥିଲେ। ଅତ୍ୟନ୍ତ ଗରିବ, ରୋଗୀ ଓ
ଅସହାୟମାନଙ୍କ ସେବା ପାଇଁ ତାଙ୍କର ଆଜୀବନ ସମର୍ପଣ ଆମକୁ ସର୍ବଦା ସ୍ମରଣ କରାଇବ ଯେ, ପ୍ରକୃତ ମହାନତା ନମ୍ରତା ଓ ଦୟାର ସହିତ ମାନବତାର ସେବା କରିବାରେ ହିଁ
ନିହିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା