
ଭୁବନେଶ୍ୱର, ୨୬ ଅଗଷ୍ଟ (ହି.ସ)- ଭୁବନେଶ୍ୱରର ଦୁଇଟି ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱରରେ ଥିବ କିମ୍ସ ଓ ମଣିପାଲ ହସ୍ପିଟାଲ୍ ବିରୋଧରେ ଅନିୟମିତତା ପ୍ରମାଣ ମିଳିଥିବାରୁ କାର୍ଯ୍ୟାନୁଷ୍ଠାନ ହେବ। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନିୟମିତତା ଅଭିଯୋଗ ହୋଇଥିଲା। ଆମ ଟିମ୍ ଅଭିଯୋଗ ଆଧାରରରେ କିମ୍ସ, ମଣିପାଲ ଭିଜିଟ୍ କରିଥିଲେ। କାହାଠୁ ଅଧିକ ଟଙ୍କା ତ କାହାକୁ ହଇରାଣ କରିଥିବା ପ୍ରମାଣ ମିଳିଛି। ସେଥିପାଇଁ ଦୁଇଟି ହସ୍ପିଟାଲକୁ ନୋଟିସ୍ କରିଛୁ। ନୋଟିସ୍ ର ଜବାବ ନ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲୋକଙ୍କୁ ହଇରାଣ, ମିଥ୍ୟା ଅପପ୍ରଚାର ନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଘରୋଇ ହସ୍ପିଟାଲ୍ କୁ ଅପିଲ୍ କରିଛନ୍ତି। ରୋଗୀ ଆଡମିଶନର ୩ ଦିନ ପୂର୍ବରୁ ସବୁ ଟେଷ୍ଟ ମାଗଣା କରିପାରିବେ। ସେହିପରି ଡିସଚାର୍ଜ ହେବାର ୧୫ ଦିନ ପର୍ଯ୍ୟନ୍ତ ଦେୟମୁକ୍ତ ସୁବିଧା ପାଇବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା