ରାକ୍ଷୀ ବଜାରରେ ଭଉଣୀଙ୍କ ଭିଡ
ଜୟପୁର, 26 ଅଗଷ୍ଟ (ହି.ସ.) - ଆଉ ଦିନକ ପରେ ପବିତ୍ର ରାକ୍ଷାବନ୍ଧନ ଉତ୍ସବ । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତା''ର ସୁରକ୍ଷା କାମନା ସମେତ ଭଗବାନଙ୍କ ନିକଟରେ ଭାଇର ଦୀର୍ଘାୟୁ କାମନା କରିଥାଏ । ରାକ୍ଷୀ ଭଳି ନିଆରା ପର୍ବ ନିମନ୍ତେ କୋରାପୁଟ ଜିଲା ଜୟପୁର ଏମଡି ରୋଡ ସମେତ କୋରାପୁଟ, ସେମିଳ
ରାକ୍ଷୀ ବଜାରରେ ଭଉଣିଙ୍କ ଭିଡ


ଜୟପୁର, 26 ଅଗଷ୍ଟ (ହି.ସ.) - ଆଉ ଦିନକ ପରେ ପବିତ୍ର ରାକ୍ଷାବନ୍ଧନ ଉତ୍ସବ । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତା'ର ସୁରକ୍ଷା କାମନା ସମେତ ଭଗବାନଙ୍କ ନିକଟରେ ଭାଇର

ଦୀର୍ଘାୟୁ କାମନା କରିଥାଏ । ରାକ୍ଷୀ ଭଳି ନିଆରା ପର୍ବ ନିମନ୍ତେ କୋରାପୁଟ ଜିଲା ଜୟପୁର ଏମଡି ରୋଡ ସମେତ କୋରାପୁଟ, ସେମିଳିଗୁଡା, ବୈପାରିଗୁଡା, କୁ୍ନ୍ଦୁରା, କୋଟପାଡ, ବୋରିଗୁମ୍ମା, ନନ୍ଦପୁର ଛକ ମାନଙ୍କ ରେ ରାକ୍ଷୀ ଷ୍ଟଲ

ଖୋଲା ହୋଇଥିବା ଦେଖିବାକୁ ମିଳିଛି । ହୋଲସେଲ ଦୋକାନ ସହ ଖୁଚୁରା ଦୋକାନରେ ଭଲ ବେପାର ହେବା ଆଶା କରିଛନ୍ତି ଗୋଦାମ ମାଲିକମାନେ । ରାକ୍ଷୀ ଷ୍ଟଲ ସିଜିନ୍ ବ୍ୟବସାୟ ହୋଇଥିବାରୁ ବର୍ଷା ନହେଲେ ବେପାର ଭଲ ହେବ ବୋଲି ରାକ୍ଷୀ ବ୍ୟବସାୟୀ ଆଶା ପ୍ରକଟ କରିଛନ୍ତି । ବିଭିନ୍ନ ସାହି ଓ ଗଳି କନ୍ଦିରେ ଶତାଧିକ ରାକ୍ଷୀ ଜମୁଛି ରାକ୍ଷୀ ଦୋକାନରେ ଭିଡ଼ ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ ଦୋକାନ ଖୋଲିଛି । ଗ୍ରାହକମାନେ ମଧ୍ୟ ନିଜ ମନପସନ୍ଦ ରାକ୍ଷୀ ପାଇବାକୁ ଖୁଚୁରା ଦୋକାନ ଆଗରେ ଭିଡ଼ ଜମାଇଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ବିଭିନ୍ନ ଡିଜାଇନ୍ ର ରାକ୍ଷୀ ଆଣି ଗଛିତ ରଖିଛନ୍ତି । ଚଳିତ ବର୍ଷ ରାୟପୁର, ଦିଲ୍ଲୀ, ରାଜକୋଟ୍, ପଶ୍ଚିମବଙ୍ଗ, ମୁମ୍ବାଇ,ଅହମଦାବାଦ, ଗୁଜୁରାଟ, ମହାରାଷ୍ଟ୍ର ପ୍ରମୁଖ ରାଜ୍ୟରେ ପ୍ରସ୍ତୁତ ରାକ୍ଷୀକୁ ସେମାନେ ପ୍ରାୟ ୩ମାସ ପୂର୍ବରୁ କିଣି ଆଣି ନିଜ ପାଖରେ ମହଜୁଦ ରଖିଥିବା ସୁଚନା ଦେଇଛନ୍ତି ଜଣେ ବେପାରି । ଚଳିତବର୍ଷ ଲୋକଙ୍କର ବେଶୀ ପସନ୍ଦ ହୋଇଛି ମୟୂର ପୁଚ୍ଛରୁ ହୋଇଥିବା ଜଗନ୍ନାଥ ରାକ୍ଷୀ ଏବଂ ଧାନ ଓ ଅରୁଆ ଚାଉଳରୁ ଜଗନ୍ନାଥ ରାକ୍ଷୀ । ସେହିପରି ମୋଟୁପତଲୁ ରାକ୍ଷୀ,ଲାଇଟ ରାକ୍ଷୀ, ସୂତା, ବ୍ରେସଲେଟ, ଷ୍ଟୋନ ରାକ୍ଷୀ ,ମୋ ଭାଇ ବ୍ରେସଲେଟ ଏହା ଚଳିତବର୍ଷ ଗ୍ରାହକଙ୍କ ବେଶି ପସନ୍ଦ ହୋଇଛି । ଆମେରିକାନ ଡାଇମଣ୍ଡ, ଷ୍ଟୋନ ରାକ୍ଷୀ, ଷ୍ଟୋନ, ଫ୍ୟାନସି, ଲାଜଟ୍ ମ୍ୟାଜିକ୍,ହ୍ୱାଟସ୍ଅପ୍ ରାକ୍ଷୀ, ଫେସବୁକ୍ ରାକ୍ଷୀ, କଲିକତା ଲୁମ୍ବା, ଦିଲୀ ଲୋରା, ବମ୍ବେର ବ୍ରେସଲେଟ,ଡ଼ୋରି, ଫଟୋ ପ୍ରିଣ୍ଟ ରାକ୍ଷୀ,କିଡସ ସୂତା ରାକ୍ଷୀ,ଜଗନ୍ନାଥ ରାକ୍ଷୀ,ଡୋରି ଆଦି ରାକ୍ଷୀକୁ ଗ୍ରାହକ ପସନ୍ଦ କରିବା ଫଳରେ ଏହା ଉପରେ ବ୍ୟବସାୟୀ ମାନେ ଫୋକସ୍ ଦେଉଥିବା କହିଛନ୍ତି । ରାକ୍ଷୀ ଷ୍ଟଲରେ ୧୦ ଟଙ୍କା ଠାରୁ ଆରମ୍ଭ କରି ୨୫୦ ଟଙ୍କା ରାଖିର ଦାମ ରହିଛି । ରାକ୍ଷୀ ଦାମିକା ମଧ୍ୟ ରହିଛି ତିନିଶହ ଟଙ୍କାରୁ ପାଞ୍ଚ ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । ଫ୍ୟାନ୍ସି ଓ ଷ୍ଟୋନ୍ ରାକ୍ଷୀର ବେଶି ଚାହିଦା ଥିବା ଦେଖାଯାଇଛି ।ବର୍ତ୍ତମାନ ଭଲ ବେପାର ହେଉଛି ଏବଂ ଆଗକୁ ମଧ୍ୟ ଭଲ ବେପାର ହେବ ବୋଲି ଦୋକାନୀ ଆଶା ରଖିଛନ୍ତି । ଦୋକାନରେ ଦୈନିକ ୨ ହଜାର

ରୁ ୫ ହଜାର ଟଙ୍କାର ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି । ରକ୍ଷାବନ୍ଧନ ଉତ୍ସବ ୨ଦିନ ପଡୁ ଥିବାରୁ ଖୁଚୁରା ଦୋକାନ ସମେତ ଷ୍ଟଲ ମାନଙ୍କରେ ଏବେ ଝିଅମାନେ ଭାଇ ପାଇଁ ବୁଲି ବୁଲି ରାକ୍ଷୀ କିଣୁଥିବା ଦେଖାଯାଇଛି । ମନ ପସନ୍ଦର ରାକ୍ଷୀ କିଣି ଖୁସିରେ ଘରକୁ ନେଉଛନ୍ତି । ପବିତ୍ର ସ୍ନେହ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଭାଇର ଶୁଭମନାସୀ ଥାଏ । ସେହିପରି ଭାଇ ମଧ୍ୟ ଭଉଣୀ ପାଇଁ ସୁରକ୍ଷା କବଚ ହୋଇ ରହିଥାଏ ବୋଲି ପ୍ରବାଦ ରହିଛି । ରାକ୍ଷୀ ଦୋକାନରେ ଭଉଣିଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande