ଗିରଫ ହେଲେ ଫେରାର ଅଭିଯୁକ୍ତ
ଜୟପୁର, ୨୬ ଅଗଷ୍ଟ (ହି.ସ.) - ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନୀଳମ୍ବର ଭୂମିଆ । ଚୋରି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ସଦର ଥାନା ପୋଲିସ ଗିରଫ କରିଛି। ଜୟପୁର ସଦର ଥାନା ଅନ୍ତର୍ଗତ ପାଞ୍ଜିଆଗୁଡ଼ା ଗ୍ରାମର ନୀଳା
ଗିରଫ ହେଲେ ଫେରାର ଅଭିଯୁକ୍ତ


ଜୟପୁର, ୨୬ ଅଗଷ୍ଟ (ହି.ସ.) - ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନୀଳମ୍ବର ଭୂମିଆ । ଚୋରି ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ସଦର ଥାନା ପୋଲିସ ଗିରଫ କରିଛି।

ଜୟପୁର ସଦର ଥାନା ଅନ୍ତର୍ଗତ ପାଞ୍ଜିଆଗୁଡ଼ା ଗ୍ରାମର ନୀଳାମ୍ବର ଭୂମିଆ(୫୦)ଙ୍କ ନାମରେ ୨୦୧୦ ମସିହାରେ ଏକ ଚୋରି ମାମଲା ରୁଜୁ ହୋଇଥିଲା। ମାମଲା ଦିନ ଠାରୁ ଅଭିଯୁକ୍ତ ଫେରାର ଥିଲା । କୋର୍ଟଙ୍କ ପକ୍ଷରୁ ତାଙ୍କ ନାମରେ ଜାମିନବିହୀନ ଗିରଫ ପରୱାନ ଜାରି କରାଯାଇଥିଲା। ସଦର ପୋଲିସ ଟିମ୍ ଚଢ଼ଉ କରି ଆଜି ଅଭିଯୁକ୍ତ ନୀଳାମ୍ବରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande