ବିହାରରେ ପରିସ୍ଥିତି କ୍ରମଶଃ ସ୍ଵାଭାବିକ୍ ଅବସ୍ଥାକୁ ଫେରୁଛି, ନେପାଳ ବିପର୍ଯ୍ୟୟ ଚିନ୍ତାର ବିଷୟ : ମୁଖ୍ୟମନ୍ତ୍ରୀ
ପାଟନା, ୨୭ ଅଗଷ୍ଟ (ହି.ସ.)- ନେପାଳରେ ପ୍ରବଳ ବିପର୍ଯ୍ୟୟ ଏବଂ ବର୍ଷା କାରଣରୁ ବିହାରରେ ବନ୍ୟା ଆଶଙ୍କା ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବାଲ୍ମିକୀନଗର ବ୍ୟାରେଜକୁ ଆକାଶମାର୍ଗରୁ ଏବଂ ସ୍ଥଳଭାଗରୁ ପରିଦର୍ଶନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ବିହାରର ପରିସ୍ଥ
ବିହାରରେ ପରିସ୍ଥିତି ଧୀରେ ସ୍ଵାଭାବିକ୍ ଅବସ୍ଥାକୁ ଫେରୁଛି, ନେପାଳ ବିପର୍ଯ୍ୟୟ ଚିନ୍ତାର ବିଷୟ : ମୁଖ୍ୟମନ୍ତ୍ରୀ


ପାଟନା, ୨୭ ଅଗଷ୍ଟ (ହି.ସ.)- ନେପାଳରେ ପ୍ରବଳ ବିପର୍ଯ୍ୟୟ ଏବଂ ବର୍ଷା କାରଣରୁ ବିହାରରେ ବନ୍ୟା ଆଶଙ୍କା ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବାଲ୍ମିକୀନଗର ବ୍ୟାରେଜକୁ ଆକାଶମାର୍ଗରୁ ଏବଂ ସ୍ଥଳଭାଗରୁ ପରିଦର୍ଶନ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ, ବିହାରର ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ୍ ଅବସ୍ଥାକୁ ଫେରୁଛି, ଯଦିଓ ନେପାଳରେ ଘଟିଥିବା ବିପର୍ଯ୍ୟୟ ନିଶ୍ଚିତ ଭାବେ ଚିନ୍ତାର ବିଷୟ । ବର୍ତମାନ ବିହାରରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ନିରନ୍ତର ତଦାରଖ କରାଯାଉଛି ।

ଗଣମାଧ୍ୟମ ସହ କଥାବାର୍ତା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଗୁରୁବାର ଦିନ ସକାଳ ୧୧ଟା ଏବଂ ୧୨ଟାରେ ବାଲ୍ମିକୀନଗର ବ୍ୟାରେଜରୁ ୧୦୬,୬୦୦ କ୍ୟୁସେକ୍ ଏବଂ ୧୦୬,୬୦୦ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି । ଯାହା ସୂଚାଇ ଥାଏ ଯେ ଜଳର ନିଷ୍କାସନ ସ୍ତର ସ୍ଥିର ରହିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିହାର ସରକାର ନେପାଳର ପରିସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ସେଠାକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ପଡ଼ୋଶୀ ଦେଶରେ ପ୍ରବଳ ବର୍ଷା ଏବଂ ପ୍ରାକୃତିକ ଘଟଣା ବିହାରର ନଦୀଗୁଡ଼ିକର ଜଳ ସ୍ତର ଉପରେ ସିଧାସଳଖ ପ୍ରଭାବ ପକାଇପାରେ, ତେଣୁ ପ୍ରଶାସନକୁ ନିରନ୍ତର ଆଲର୍ଟ ମୋଡ୍ ରେ ରଖାଯାଇଛି । ସେ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ବିହାର ଏବଂ ଉତର ପ୍ରଦେଶର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା କରି ପରିସ୍ଥିତି ଉପରେ ନଜର ରଖାଯାଇଛି । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନର ଆବଶ୍ୟକ ପ୍ରସ୍ତୁତି ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେଥିପାଇଁ ନେପାଳରୁ ଆସୁଥିବା ଜଳର ସ୍ଥିତି ଏବଂ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଉପରେ ନିରନ୍ତର ନଜର ରଖାଯାଇଛି ।

ନେପାଳରେ ପ୍ରବଳ ବର୍ଷା ପରେ ଗଣ୍ଡକ ସମେତ ବିହାରର ଅନେକ ନଦୀରେ ଜଳସ୍ତରରେ ଅସ୍ଥିରତା ଦେଖିବାକୁ ମିଳିଛି । ଏହା ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ସାରଣ ଏବଂ ଆଖପାଖ ଅଂଚଳରେ ପ୍ରଶାସନର ଚିନ୍ତା ବଢ଼ାଇଥିଲା । ତେବେ, ଏବେ ଜଳ ଚାପ ହ୍ରାସ ପାଇଥିବାରୁ ଏବଂ ପରିସ୍ଥିତି ସ୍ୱାଭାବିକ୍ ହେବା ଆଶା କରାଯାଉଥିବାରୁ ଲୋକମାନେ ଆଶ୍ୱସ୍ତି ଲାଭ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande