
ନୂଆଦିଲ୍ଲୀ, ୨୭ ଅଗଷ୍ଟ (ହି.ସ.)- ବ୍ରିକ୍ସ ଶିଖର ସମ୍ମିଳନୀ ୧୨-୧୩ ସେପ୍େଟମ୍ବରରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବ। ଭାରତ ବର୍ତମାନ ବ୍ରିକ୍ସର ଅଧ୍ୟକ୍ଷ ଅଛି ଏବଂ ୧୮ତମ ଶିଖର ସମ୍ମିଳନୀର ଆୟୋଜନ କରିବ। ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ସରକାର ଏବଂ ରାଷ୍ଟ୍ରମୁଖ୍ୟମାନେ ସାମିଲ ହେବେ।ବିଦେଶ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ‘ଲଚିଳାପନ, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ’ ବିଷୟରୁ ନିର୍ଦ୍ଦେଶିତ ହେବ। ଏହା ପ୍ରଧାନମନ୍ତ୍ରୀଙ୍କ ‘ମାନବତା ସର୍ବୋପରି’ ଭାବନା ଉପରେ ଆଧାରିତ ଜନକେନ୍ଦ୍ରିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।ବ୍ରିକ୍ସରେ ଉକ୍ତ ବିଷୟଗୁଡ଼ିକ ବ୍ୟତୀତ ନେତାମାନେ ସାଧାରଣ ପ୍ରାଥମିକତା ଉପରେ ବ୍ରିକ୍ସ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ମତ ବିନିମୟ କରିବେ ଏବଂ ପାରସ୍ପରିକ ଗୁରୁତ୍ୱର ବିଶ୍ୱ ଓ ଆଂଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ନିଜ ଦୃଷ୍ଟିକୋଣ ବାଂଟିବେ। ଭାରତର ଅଧ୍ୟକ୍ଷତାରେ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବ୍ରିକ୍ସ ରଣନୈତିକ ଭାଗୀଦାରି ତିନୋଟି ମୌଳିକ ସ୍ତମ୍ଭ - ରାଜନୈତିକ ଏବଂ ସୁରକ୍ଷା, ଆର୍ôଥକ ଏବଂ ଆର୍ôଥକ, ଏବଂ ସାଂସ୍କୃତିକ ଏବଂ ଜନ-ଜନ ଆଦାନ-ପ୍ରଦାନ ଉପରେ ଆଧାରିତ। ଏହାକୁ ସୁଦୃଢ଼ କରିବା ପାଇଁ ଭାରତର ୨୫ରୁ ଅଧିକ ସହରରେ ୩୫୦ରୁ ଅଧିକ ବୈଠକ ଏବଂ ଉଚ୍ଚସ୍ତରୀୟ ଚିନ୍ତନ-ବିମର୍ଶ ଆୟୋଜିତ ହୋଇଛି। ଉଲ୍ଲେଖନୀୟ ଯେ ଭାରତ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ। ଏହା ପୂର୍ବରୁ ୨୦୧୨, ୨୦୧୬ ଏବଂ ୨୦୨୧ରେ ତିନିଥର ଏହାର ଅଧ୍ୟକ୍ଷତା କରିସାରିଛି। ଭାରତ ୧ ଜାନୁଆରୀ ୨୦୨୬ରେ ଚତୁର୍ଥ ଥର ପାଇଁ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିଛି। ବର୍ଷ ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ସୂଚିତ କରେ। ଏହି ବର୍ଷ ବ୍ରିକ୍ସ ନିଜର ପ୍ରତିଷ୍ଠାର କୋଡ଼ିଏ ବର୍ଷ ପୂରଣ କରୁଛି।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ