
ଝାରସୁଗୁଡ଼ା, ୨୭ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପତ୍ରାପାଲି ହାଇସ୍କୁଲ୍ ସମ୍ମୁଖରେ ‘ମା’ ସମଲେଶ୍ୱରୀ ଏନଏଲ୍ଏସି ଶ୍ରମିକ ସଂଘ’ର ନୂତନ କାର୍ଯ୍ୟାଳୟ ପୂର୍ବତନ ବିଧାୟିକା ଦୀପାଳି ଦାସ ଉଦ୍ଘାଟନ କାରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଯୋଗଦେଇ ବକ୍ତାମାନେ ପତ୍ରାପାଲି ଓ ମାଲଦା ଅଞ୍ଚଳର ଶ୍ରମିକ ଏବଂ ସାଧାରଣ ଲୋକଙ୍କ ଅଧିକାର, ସ୍ୱାର୍ଥ ଓ କଲ୍ୟାଣ ପାଇଁ ଏହି କାର୍ଯ୍ୟାଳୟର ଶୁଭାରମ୍ଭକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ। ଏହି ସଂଘ ଶ୍ରମିକ ଏକତାକୁ ମଜବୁତ କରିବା ସହ ପତ୍ରାପାଲି ଓ ମାଲଦା ଗ୍ରାମବାସୀଙ୍କ ମୌଳିକ ସମସ୍ୟା ଏବଂ ନ୍ୟାୟସଙ୍ଗତ ଦାବି ପାଇଁ ଦୃଢ଼ ସ୍ୱର ଉଠାଇବ ବୋଲି କୁହାଯାଇଥିଲା।
ବକ୍ତାମାନେ କହିଥିଲେ, ଶ୍ରମିକ ଓ ଲୋକଙ୍କ ଅଧିକାରକୁ ଅଣଦେଖା କରି କମ୍ପାନୀର ଏକଛତ୍ର ମନମାନି ଆଉ ଚାଲିବ ନାହିଁ। ଶ୍ରମିକଙ୍କ ଅଧିକାର ଉପରେ କୌଣସି ‘କମ୍ପାନୀ ଡିକ୍ଟେଟରଶିପ୍’କୁ ବରଦାସ୍ତ କରାଯିବ ନାହିଁ। ଆଇନସମ୍ମତ ଅଧିକାର, ସମ୍ମାନ ଓ ନ୍ୟାୟ ପାଇଁ ଶ୍ରମିକମାନେ ଏକତାବଦ୍ଧ ଭାବେ ନିଜ ସ୍ୱର ଉଠାଇବେ। ଆଗାମୀ ଦିନରେ ଏହି ସଂଘ ଲୋକଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ଏକ ଦୃଢ଼ ଓ ଦାୟିତ୍ୱବାନ୍ ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମାଧ୍ୟରେ ଝାରସୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ଚିତ୍ରେଣୀ ପଟେଲ, ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ, ରଘୁମଣି ପଟେଲ, ରବି ସିଂହ, ଦେବେନ୍ଦ୍ର ପତି, ଦାମୋଦର ନାଥ, କିରଣ ବେହେରା, ବାବୁଲୁ ରାଉତ, ହୀର୍ମା ସରପଞ୍ଚ ଲକ୍ଷ୍ମୀ ବାଦି, ହୀର୍ମା ସମିତି ସଭ୍ୟ ଦୀକ୍ଷିତ କଣ୍ଟା, ପତ୍ରାପାଲି ସମିତି ସଭ୍ୟ ଗଣେଶ୍ୱର ରାଉତ ଓ ଅମିତ କୁମାର ସିଂହଙ୍କ ସମେତ ବହୁ ଶ୍ରମିକ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ