



ବଲାଙ୍ଗିର, 27 ଅଗଷ୍ଟ (ହି.ସ.) ବଲାଙ୍ଗୀର, ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ‘ରକ୍ଷାବନ୍ଧନ ଉତ୍ସବ’ ବିଦ୍ୟାଳୟର ସଭାପତି ଡ. ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମହାବୀର ମହାବିଦ୍ୟାଳୟର ଅଧ୍ୟାପିକା ଏଲୋରା ମିଶ୍ର ଯୋଗ ଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସ୍ବାଗତ ସଙ୍ଗୀତ ଛାତ୍ରୀ ଶ୍ରୀମୟୀ ପଣ୍ଡା, ଦୀପନ୍ବିତା ଦାସ,ଲିପସା ମିଶ୍ର ଓ ମୋନିକା ମହାପାତ୍ର ଗାନ କରିଥିଲେ । ଅତିଥି ପରିଚୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର କରିଥିଲେ । ସଂଯୋଜନା ସାନଭି ପ୍ରିୟଦର୍ଶନୀ ବିଶ୍ବାଳ, ଆରାଧ୍ୟା ପାଣିଗ୍ରାହୀ,ବୈଷ୍ଣବି ଭୋଇ ଓ ଅଂଶିକା ମହାକୁର କରିଥିଲେ । ଏହାପରେ ମଞ୍ଚାସୀନ ଅତିଥିଙ୍କୁ ରକ୍ଷାବନ୍ଧନ ସହ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଶିଶୁବକ୍ତା ଦେବପ୍ରକାଶ ସାହୁ, ସ୍ବିକୃତିରାଣୀ କର୍ମୀ, ଶିଖା ନାଏକ ଓ ଅବିନାଶ ପଣ୍ଡା ନିଜ ନିଜ ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥି ପବିତ୍ର ରକ୍ଷାବନ୍ଧନ ତଥା ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭ ଅଭିନନ୍ଦନ ଜଣାଇଥିଲେ ତଥା ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଭାପତି ମହୋଦୟ ନିଜର ଆର୍ଶୀବଚନ ପ୍ରଦାନ କରିଥିଲେ । ଶେଷରେ ସମସ୍ତଙ୍କ ଉଦ୍ଦେଶ୍ୟରେ ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡା କୃତଜ୍ଞତା ଜ୍ଞାପନ କରିଥିଲେ । ଏହାପରେ ବିଶିଷ୍ଟ ଅତିଥି ରାମଶଙ୍କର ଶତପଥି ବ୍ୟକ୍ତିଗତ ଗାନ ପରିବେଷଣ କରିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୃଙ୍ଖଳା ସହ ପରସ୍ପର ରକ୍ଷାବନ୍ଧନ ଓ ମିଷ୍ଟାନ୍ନ ଗ୍ରହଣ କରିଥିଲେ । ଗୁରୁଜୀ ଗୁରୁମାଙ୍କ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା । ପ୍ରାଚୀର ପତ୍ରିକା “ପ୍ରଜ୍ଞା’ର ଉନ୍ମୋଚନ ସଭାପତି ମହୋଦୟ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଭିନ୍ନ ଟୋଲି ବିଷ୍ଣୁମୁଣ୍ଡା, କଦମପଡା, ମାଲପଡା, ପୋଲିସ ଥାନା ଆଦି ସ୍ଥାନରେ ରକ୍ଷାବନ୍ଧନ କରିଥିଲେ। ଏହିପରି ଗୁରୁଜୀ ପ୍ରତାପ ନନ୍ଦ ଓ ସୁଶୀଳ ହୋତାଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମ ସଫଳତା ସହ ସମ୍ପର୍ଣ୍ଣ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ