ସଂଘ ପକ୍ଷରୁ ବାଲକୃଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ନୂଆଦିଲ୍ଲୀ, ୨୭ ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିବେକାନନ୍ଦ ଶିଳା ସ୍ମାରକ ଏବଂ ବିବେକାନନ୍ଦ କେନ୍ଦ୍ରର ଅଧ୍ୟକ୍ଷ ଏ. ବାଲକୃଷ୍ଣନଙ୍କ ନିଧନରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛି ଯେ ସେ ନିଜର ସମ୍ପୂର୍ଣ୍ଣ ଜୀବନ ସ୍ୱାମୀ ବିବେକାନନ୍ଦଙ୍କ ବିଶ୍ୱବନ୍ଧୁତ୍ୱ ତଥା ସହି
ସଂଘ ପକ୍ଷରୁ ବାଲକୃଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ


ନୂଆଦିଲ୍ଲୀ, ୨୭ ଅଗଷ୍ଟ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବିବେକାନନ୍ଦ ଶିଳା ସ୍ମାରକ ଏବଂ ବିବେକାନନ୍ଦ କେନ୍ଦ୍ରର ଅଧ୍ୟକ୍ଷ ଏ. ବାଲକୃଷ୍ଣନଙ୍କ ନିଧନରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛି ଯେ ସେ ନିଜର ସମ୍ପୂର୍ଣ୍ଣ ଜୀବନ ସ୍ୱାମୀ ବିବେକାନନ୍ଦଙ୍କ ବିଶ୍ୱବନ୍ଧୁତ୍ୱ ତଥା ସହିଷ୍ଣୁତାର ବାର୍ତାର ପ୍ରସାର ଏବଂ ରାଷ୍ଟ୍ର ଓ ସମାଜର ସେବାରେ ସମର୍ପିତ କରିଦେଇଥିଲେ। ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଏବଂ ସରକାର୍ଯ୍ୟବାହ ଦତାତ୍ରେୟ ହୋସବାଲେ ଏକ ଯୁଗ୍ମ ଶୋକବାର୍ତାରେ କହିଛନ୍ତି, “ବାଲକୃଷ୍ଣନ ଜୀ ସ୍ୱାମୀ ବିବେକାନନ୍ଦ ଜୀଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ କନ୍ୟାକୁମାରୀସ୍ଥିତ ବିବେକାନନ୍ଦ କେନ୍ଦ୍ରର ଆଜୀବନ ସମର୍ପିତ ସ୍ୱୟଂସେବକ-ଦଳର ପ୍ରାରମ୍ଭିକ ପିଢ଼ିର ସ୍ୱୟଂସେବକ ଥିଲେ। ତାଙ୍କ ନିଧନରେ ହିନ୍ଦୁ ସମାଜ ଜଣେ ମହାନ ଆତ୍ମାଙ୍କୁ ହରାଇଛି। ତାଙ୍କ ଦେବଲୋକ ଗମନରୁ ସୃଷ୍ଟ ହୋଇଥିବା ଶୂନ୍ୟତାର ପୂରଣ ଅତ୍ୟନ୍ତ କଷ୍ଟକର। ଆମେ ଦିବଙ୍ଗତ ବାଲକୃଷ୍ଣନ ଜୀଙ୍କୁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ତଥା ପରମାତ୍ମାଙ୍କୁ ପ୍ରାର୍ଥନା କରୁଛୁ ଯେ ଏହି ପୁଣ୍ୟାତ୍ମାଙ୍କୁ ପରମ ଗତି ଏବଂ ମୋକ୍ଷ ପ୍ରଦାନ କରନ୍ତୁ।ସେ କହିଛନ୍ତି ଯେ ବାଲକୃଷ୍ଣନ କର୍ମଯୋଗର ସାକ୍ଷାତ୍ ପ୍ରତିମୂର୍ତି ଥିଲେ। ସେ ନିଜର ସମ୍ପୂର୍ଣ୍ଣ ଜୀବନ ସ୍ୱାମୀ ବିବେକାନନ୍ଦଙ୍କ ବିଶ୍ୱବନ୍ଧୁତ୍ୱ ତଥା ସହିଷ୍ଣୁତାର ବାର୍ତାର ପ୍ରସାର ଏବଂ ରାଷ୍ଟ୍ର ଓ ସମାଜର ସେବାରେ ସମର୍ପିତ କରିଦେଇଥିଲେ। ତାଙ୍କର ସରଳ ଜୀବନ, ନିଃସ୍ୱାର୍ଥ ସେବା, ତ୍ୟାଗ ଏବଂ ହିନ୍ଦୁତ୍ୱ ପ୍ରତି ତାଙ୍କର ଅଟୁଟ ନିଷ୍ଠା ଭାରତବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।

------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande