
ଝାରସୁଗୁଡ଼ା, 29 ଅଗଷ୍ଟ (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ଗ୍ରୀନ ଭେଲି ହୋଟେଲ ସମ୍ମୁଖରୁ ଠିଆ ହୋଇଥିବା ଏକ ହାଇୱା ଗାଡ଼ିରୁ ଶୁକ୍ରବାର ରାତିରେ କେତେକ ଦୁର୍ବୃତ୍ତ ତେଲ ଟାଙ୍କି ଲକ୍ ଭାଙ୍ଗି ପାଖା ପାଖି ଶହେ ଲିଟର ଡିଜେଲ କାଢ଼ି ଚୋରି କରି ନେଇଥିବା ନେଇ କୋଲାବିରା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ କୁଲୁପାଲି ଗ୍ରାମର ଆଲୋକ ସାହୁ ଙ୍କ ଓଡ଼ି ୧୫ ୟୁ ୫୮୦୦ ନମ୍ୱର୍ ବିଶିଷ୍ଟ ହାଇୱା କୋଲାବିରା ସ୍ଥିତ ଗ୍ରୀନ ଭେଳି ହୋଟେଲ ସମ୍ମୁଖରେ ଗତ ୨୮ ତାରିଖ ରାତିରେ ଠିଆ ହୋଇଥିବା ବେଳେ ୪ ରୁ ୫ ଜଣ ଦୃବୁର୍ତ୍ତ ଏକ ବୋଲେରୋ ରେ ଆସି ଗାଡ଼ିର ତେଲ ଟାଙ୍କିର ଲକର ଭାଙ୍ଗି ପ୍ରାୟ ଶହେ ଲିଟର ଚୋରି କରି ନେଇଥିବା ଅଭିଯୋଗ ହୋଇଛି l ତେବେ ହୋଟେଲ ପରିସରରେ ଲାଗିଥିବା ସିସି କ୍ୟାମେରା ରେ ଚୋରି ର ସମସ୍ତ ଦୃଶ୍ୟ କଏଦ ହୋଇଥିବା ସୂଚନା ମିଳିଛି l ଏନେଇ ଗାଡ଼ି ମାଲିକ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ପକ୍ଷରୁ ତଦନ୍ତ ଚାଲୁ ରହିଥିବା ସୂଚନା ମିଳିଛି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ