ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ ଆଇନଜୀବୀ ଏକାଦଶ ଓ ପ୍ରେସ ଏକାଦଶ:ଆଇନଜୀବି ଏକାଦଶ ୩-୦ ରେ ବିଜୟୀ
Friendly Football Match between Advocate and Media
ଫୋଟ


କନ୍ଧମାଳ , ୨୯ ଅଗଷ୍ଟ (ହି.ସ.)

କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ ଆଇନଜୀବୀ ଏକାଦଶ ଓ ପ୍ରେସ ଏକାଦଶ ମଧ୍ୟରେ କନ୍ଧମାଳ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିଲା l ଫୁଲବାଣୀ ଆଇନଜୀବୀ ଏକାଦଶ ପ୍ରେସ ଏକାଦଶକୁ ୩ -୦ ଗୋଲ ଦେଇ ବିଜୟ ଲାଭ କରି, ମ୍ଯାଚ ର ବିଜେତା ହୋଇ ଟ୍ହାରସଲ କରିଛି l ଆଜିର ମ୍ୟାଚକୁ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ସହରାଞ୍ଚଳ ଦୁଡା ପିଡି ପ୍ରବୀଣ କୁମାର ବାଣୁଆ ଓ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ ଉପସ୍ଥିତ ରହି ଶୁଭ ଉଦଘାଟନ କରି ଉଭୟ ଦଳକୁ ଉତ୍ସାହିତ କରିଥିଲେ l ଫୁଲବାଣୀ ଆଇନଜୀବି ଏକାଦାଶର ଅଧିନାୟକ ରଞ୍ଜନ କୁମାର ଦାସ ସୁଚାରୁ ରୂପେ ଦାଇତ୍ୱ ତୁଲାଇବା ସହ ଆକର୍ଷଣ ମୂଳକ ଖେଳ ପ୍ରଦର୍ଶନ କରିବା ନିମନ୍ତେ ଦଳକୁ ପ୍ରେରଣା ଦେଇ ଜିତାପଟ କରିବା ରେ ମୁଖ୍ୟ ଭୂମିକା ନିଭାଇ ଥିଲେ l ବିଜୟୀ ଦଳକୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ପୁରସ୍କୃତ କରିବା ସହିତ ସହରାଞ୍ଚଳ ଦୁଡା ପିଡି ପ୍ରବୀଣ କୁମାର ବାଣୁଆ ଓ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରେସ ଏକାଦଶକୁ ରନର୍ସ ଦଳ ଭାବେ ପୁରସ୍କୃତ କରିଥିଲେ l ଉକ୍ତ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ ମ୍ୟାଚ ଆଇନଜୀବୀ ଏକାଦଶ ଓ ପ୍ରେସ ଏକାଦଶକୁ ରେଫରୀ ଟିକେଶ୍ୱର କହଁର, ଆସିଷ୍ଟାଶ ରେଫରୀ ସୁବ୍ରଜିତ ଦଲଛତ୍ର, ରାମଦାସ ହେମ୍ବ୍ରମ, କୃଷ୍ଣ ଚନ୍ଦ୍ର ହାଁସଦା ଦାୟିତ୍ୱ ତୁଲାଇ ଥିଲେ l ଆଇନଜୀବି ଏକାଦଶ ର ଖେଳାଳି ମାନେ ହେଲେ ଏଲ ସଞ୍ଜିତ ପାତ୍ର, ସୁଜିତ ବେହେରା,ଅରବିନ୍ଦ ପଟ୍ଟନାୟକ, ତ୍ରିନାଥ ପାତ୍ର, ସୁଶାନ୍ତ ସାହୁ, କୃଷ୍ଣ ପ୍ରଧାନ, ଧୀରେନ୍ଦ୍ର ନାଥ ପାତ୍ର, ଗୋବର୍ଧନ ବିଷୋୟୀ, ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଖେଳାଳିଙ୍କୁ ବରିଷ୍ଟ ଆଇନଜୀବି ହରିଶ୍ଚନ୍ଦ୍ର ମହାରଣା, ଦୁର୍ଗା ଶଙ୍କର ପଟ୍ଟନାୟକ, ତୁଷାର କାନ୍ତ ନାୟକ ମନୋଜ କୁମାର ସାହୁ,ସାଇ ଚନ୍ଦନ,ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତି ଓ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande