ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ୫ ଆହତ
ଜୟପୁର, ୨୯ ଅଗଷ୍ଟ (ହି.ସ.) - ଜୟପୁର ଜୟନଗରସ୍ଥିତ ଭୂତନାଥ ମନ୍ଦିର ନିକଟରେ ଶନିବାର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଦୁଇ ଗୁରୁତରଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଅମିତ୍ ହରିଜନ, ଲକ୍ଷ୍ମଣ ହରିଜନ ଓ ନିଖିଲ ହରିଜନ ଗୋଟିଏ
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା 5 ଆହତ


ଜୟପୁର, ୨୯ ଅଗଷ୍ଟ (ହି.ସ.) - ଜୟପୁର ଜୟନଗରସ୍ଥିତ ଭୂତନାଥ ମନ୍ଦିର ନିକଟରେ ଶନିବାର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଦୁଇ ଗୁରୁତରଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଅମିତ୍ ହରିଜନ, ଲକ୍ଷ୍ମଣ ହରିଜନ ଓ ନିଖିଲ ହରିଜନ ଗୋଟିଏ ବାଇକରେ ଜୟନଗର ପଟୁ ପାଞ୍ଜିଆଗୁଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ସୁରଜ ଭୋଇଁସା ଓ ଆଶିଷ ଭୋଇଁସା ଗୋଟିଏ ବାଇକରେ ଜୟନଗର ଆଡ଼କୁ ଆସୁଥିଲେ। ଭୂତନାଥ ମନ୍ଦିର ନିକଟରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୫ ଜଣ ରାସ୍ତା ଉପରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ପହଂଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜନଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande