ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ବାଘଛୁଆ ଜନ୍ମ ଚର୍ଚ୍ଚା, ସାଧାରଣରେ ଆତଙ୍କ
କେନ୍ଦୁଝର, 29 ଅଗଷ୍ଟ (ହି.ସ.) ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସର ଯାହାକି ପୁରୁଣା ସହରର ସୁଲେଇଖମାରରେ ଅବସ୍ଥିତ ସେଠାରେ ଏକ ବାଘ ଛୁଆ ଜନ୍ମ ନେଇଥିବା ଚର୍ଚ୍ଚା ହୋଇଛି। ବନ ବିଭାଗ ତରଫରୁ ଏହି ଖବର ଜାଣିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ବାଘର ସ
ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ବାଘଛୁଆ ଜନ୍ମ ଚର୍ଚ୍ଚା, ସାଧାରଣରେ ଆତଙ୍କ


କେନ୍ଦୁଝର, 29 ଅଗଷ୍ଟ (ହି.ସ.) ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସର ଯାହାକି ପୁରୁଣା ସହରର ସୁଲେଇଖମାରରେ ଅବସ୍ଥିତ ସେଠାରେ ଏକ ବାଘ ଛୁଆ ଜନ୍ମ ନେଇଥିବା ଚର୍ଚ୍ଚା ହୋଇଛି। ବନ ବିଭାଗ ତରଫରୁ ଏହି ଖବର ଜାଣିବା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ବାଘର ସନ୍ଧାନ ପାଇନାହାନ୍ତି । ଏହା ଜାଣିବା ପରେ ସମଗ୍ର ବିଶ୍ୱବିଦ୍ୟାଳୟ ପରିସରରେ ସିସି ଟିଭି କ୍ୟାମେରା ଲଗାଇଛି ବନ ବିଭାଗ। ବାଘ ଥିବା କଥା ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ସମେତ ବନ ବିଭାଗ ଘଟଣାସ୍ଥଳରେ ପହଂଚିଥିଲେ। ଏହା ସିଦ୍ଧମଠ ପାହାଡ଼ ତଳେ ଅବସ୍ଥିତ ହୋଇଥିବାରୁ ବାଘ ଆସିବା କିଛି ବିଚିତ୍ର ନୁହେଁ । ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ କେନ୍ଦୁଝର ଡ଼ିଏଫଓ କିମ୍ବା ଅନ୍ୟ କୌଣସି ବନ କର୍ମଚାରୀ ଚବିଶ ଘଣ୍ଟିଆ ଟ୍ରାକ ରଖିବା ସହ ଟ୍ରାପ କ୍ୟାମେରା ଲଗାଯାଇଥିବା ଏସିଏଫ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande