କାଉଡିଆଙ୍କ ସେବାରେ ମାଗଣା ସ୍ଵାସ୍ଥ୍ୟ ଶିବିର
ବଲାଙ୍ଗିର, ୨୯ ଅଗଷ୍ଟ (ହି.ସ.)- ବାରପୁଡୁଗିଆ ଖେଳ ପଡିଆରେ ଦୁଇ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର କାଉଡିଆଙ୍କ ସେବାରେ ଅନୁଷ୍ଠିତ ହୋଇଯାଇଛି । ବାବା ବର୍ଫାନୀ କାଉଡିଆ ସେବା ମଣ୍ଡଳ ଅନୁରୋଧ କ୍ରମେ ଜିଲ୍ଲା ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଚୁଡାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ
କାଉଡିଆ ଙ୍କ ସେବାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଚୁଡାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର


ବଲାଙ୍ଗିର, ୨୯ ଅଗଷ୍ଟ (ହି.ସ.)- ବାରପୁଡୁଗିଆ ଖେଳ ପଡିଆରେ ଦୁଇ ଦିନିଆ ମାଗଣା ସ୍ୱାସ୍ଥ୍ୟ ଶିବିର କାଉଡିଆଙ୍କ ସେବାରେ ଅନୁଷ୍ଠିତ ହୋଇଯାଇଛି । ବାବା ବର୍ଫାନୀ କାଉଡିଆ ସେବା ମଣ୍ଡଳ ଅନୁରୋଧ କ୍ରମେ ଜିଲ୍ଲା ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଚୁଡାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତରୁଣ କୁମାର ଭୋଇ ଶିବିରକୁ ଉଦ୍ଘାଟନ କରି ପାଖାପାଖି ୧୨ ହଜାରରୁ ଅଧିକ କାଉଡିଆଙ୍କୁ ଦୁଇ ଦିନ ବ୍ୟାପି ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି । ଏହି ସମୟରେ ଡା. ପ୍ରକାଶ ଦାଶ, ଡା. ଗଜାନନ ପଟେଲ ଏବଂ ଡାକ୍ତରି ଦଳରେ ସ୍ୱର୍ଣ୍ଣଲତା ସାହୁ, ଇତିପ୍ରୀୟା ସିଂହ, ଅମ୍ରତାଞ୍ଜଳି ମିଶ୍ର, କୁନି ପଧାନ, ନଳିନିକାନ୍ତ ଷାଣ୍ଢ, ଦେବାଂଶୁ ରଂଜନ ମିଶ୍ର, ପୂର୍ଣ୍ଣଚନ୍ଦ୍ର କୁଅଁର, ଧରିତ୍ରି ଭୋଇ, ନମିତା ସେଠ, ଆଶ୍ରିତା ମେହେର, ପଙ୍କଜିନୀ ପୁଟା, କ୍ଷେତ୍ରମୋହନ ପଟେଲ, ଗୋପାଳ କର୍ଣ୍ଣ, କୈଳାଶ ଚନ୍ଦ୍ର ମେହେର, ରାଜିବ ଗଡତ୍ୟା, ଘନଶ୍ୟାମ ସୁନା, ଆକାଶ କୁମାର ନାଏକ, ସତ୍ୟବ୍ରତ ଷଡଙ୍ଗି, ମହେନ୍ଦ୍ର ବାଗ ପ୍ରମୁଖ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସୌମେନ୍ଦ୍ର ପରିଚ୍ଛା, ଆକାଶ ମିଶ୍ର, ଲୋକନାଥ ମିଶ୍ର, ମୁକେଶ ପଟେଲ, ହାଡିବନ୍ଧୁ ତ୍ରିପାଠି, ପାରା ଲିଗାଲ ସ୍ୱେଚ୍ଛାସେବୀ ଜୟକୃଷ୍ଣ ମିଶ୍ର, ସଂଜୟ ଗଡତ୍ୟା, ସନ୍ତୋଷ ଅଗ୍ରୱାଲ, ସଂଜୟ ନାଏକ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande