

ସୁବର୍ଣପୁର, 29 ଅଗଷ୍ଟ (ହି.ସ.)
ସୁବର୍ଣ୍ଣପୁର ସହର ର ନିର୍ମାଣ ଧୀନ ନୂଆଁ ବସଷ୍ଟାଣ୍ଡ କୁ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଅଚାନକ ପରିଦର୍ଶନ କରି ନିର୍ମାଣ କାର୍ଯ୍ଯ ର ମାନ ତଦାରଖ ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ଯ ପୂରା କରିବାକୁ ବିଭାଗୀୟ ଯନ୍ତ୍ରୀ ପୌର ପରିଷଦ ଅଧିକାରୀ ଓ ଦାୟିତ୍ବ ରେ ଥିବା ବିଭିନ୍ନ ଅଧିକାରୀ ଓ ଠିକା ସଂସ୍ଥା କୁ ନିର୍ଦ୍ଦେଶ ଦେଇ ତାଙ୍କ ସହିତ ଆଲୋଚନା କରିଥିଲେ l କ୍ୱାଲିଟୀ କାମ କରିବାକୁ ଓ କାର୍ଯ୍ଯ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ l ପରେ ପରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ନିର୍ମାଣ ଧୀନ ଆକର୍ଷଣୀୟ ଦାଣ୍ଡି ଯାତ୍ରା ପ୍ରତିମୂର୍ତ୍ତି ସବୁର ଓ ଟାଉନ ହଲ ଠାରେ ନିର୍ମାଣ ଧୀନ ସୂ ଉଚ୍ଚ ଜାତୀୟ ପତାକା କାର୍ଯ୍ଯ କୁ ତଦାରଖ କରି ଥିଲେ ଅ ଓ ୩୦ ତାରିଖ ସୁଦ୍ଧା କାର୍ଯ୍ଯ ସାରିବାକୁ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତ ସମୟରେ ପୌର ପରିଷଦ ଅଧ୍ୟକ୍ଷ୍ୟା, ପୌର ଅଧିକାରୀ, ଯନ୍ତ୍ରୀ, କନଷ୍ଟ୍ରସ୍କ୍ସନ୍ ମ୍ୟାନେଜର, ବିଭିନ୍ନ ଅଧିକାରୀ କିଛି ସାମ୍ୱାଦିକ ବୁଦ୍ଧିଜୀବି ଉପସ୍ଥିତ ଥିଲେ l ଆସନ୍ତା ୩୦ /୩୧ ତାରିଖ ଦିନ ବଲାଙ୍ଗିର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ଙ୍କ ସହିତ ତରଭା ର ନୂଆଁ ବସ୍ ଷ୍ଟାଣ୍ଡ ସମେତ ଡୁଙ୍ଗୁରୀ ପାଲି ଓ ସୋନପୁର ସହର ର ବିଭିନ୍ନ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କାର୍ଯ୍ୟ କ୍ରମ ସ୍ଥିର ହୋଇଥିବା ବିଷୟ ପ୍ରସାଶନ ପକ୍ଷରୁ ସୂଚନା ମିଳିଛି l ଯାହାକି ଜିଲ୍ଲା ର ବୁଦ୍ଧିଜୀବି ଜିଲ୍ଲାପାଳ ଡ଼ ସାହୁ ଙ୍କ ଉଦ୍ୟମ କୁ ପ୍ରଶଂଶା କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ