ଯୌତୁକ ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
ଜୟପୁର, ୨୯ ଅଗଷ୍ଟ (ହି.ସ.)- କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ପକ୍ଷରୁ ଯୌତୁକ ନିଷେଧ ଆଇନ, ୧୯୬୧ ଉପରେ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୌତୁକ ପ୍ରଥାର ନିରାକରଣ, ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ମହିଳାଙ୍କ ଅଧିକା
ଯୌତୁକ ନିଷେଧ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ


ଜୟପୁର, ୨୯ ଅଗଷ୍ଟ (ହି.ସ.)- କୋରାପୁଟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ପକ୍ଷରୁ ଯୌତୁକ ନିଷେଧ ଆଇନ, ୧୯୬୧ ଉପରେ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯୌତୁକ ପ୍ରଥାର ନିରାକରଣ, ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଓ ମହିଳାଙ୍କ ଅଧିକାର ସୁରକ୍ଷା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର, ଡିଏସ୍ପି ପୁଷ୍ପାଞଳି ନିଂଗି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, PO-cum-PO, DHEW କର୍ମଚାରୀ, ସମୁଦାୟ ନେତୃବୃନ୍ଦ, ଏନ୍ଜିଓ ପ୍ରତିନିଧି, ଅଙ୍ଗନୱାଡ଼ି କର୍ମୀ, କିଶୋରୀ, ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ପ୍ରଶିକ୍ଷଣରେ ଯୌତୁକ ନିଷେଧ ଆଇନ, ୧୯୬୧ର ବିଭିନ୍ନ ବ୍ୟବସ୍ଥା, ଯୌତୁକ ପ୍ରଥାର କୁପ୍ରଭାବ ଏବଂ ଏହାର ପ୍ରତିରୋଧରେ ବିଭିନ୍ନ ହିତଧାରୀଙ୍କ ଭୂମିକା ଉପରେ ସଚେତନ କରାଯାଇଥିଲା। ସମୁଦାୟ, ଶିକ୍ଷାନୁଷ୍ଠାନ, ଏନ୍ଜିଓ ଓ ତୃଣମୂଳସ୍ତରର କର୍ମଚାରୀମାନେ ଯୌତୁକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହ ଆଇନର ସଠିକ୍ ପ୍ରୟୋଗରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।ସରକାରି କର୍ମଚାରୀ, କିଶୋରୀ, ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯାଇ, ଯୌତୁକମୁକ୍ତ ସମାଜ ଗଠନରେ ଯୁବପିଢ଼ି ଅଗ୍ରଣୀ ଭୂମିକା ନେବାକୁ ପରାମର୍ଶ ଦିଆଯାଇଥିଲା। ଶେଷରେ ଯୌତୁକ ପ୍ରଥାର ପ୍ରତିରୋଧ ଓ ମହିଳାଙ୍କ ସମ୍ମାନ, ମର୍ଯ୍ୟାଦା ଓ ସୁରକ୍ଷା ପାଇଁ ସାମୂହିକ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande