ସ୍ୱାଭିମାନ ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ମାଲକାନଗିରି, ୨୯ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାରେ ଚାଲୁଥିବା ବିଶେଷ ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲା ଅବକାରୀ ଅଧୀକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ମାଲକାନଗିରି ଅବକାରୀ ଟିମ୍ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଂଚଳର ପାପରମେଟଲା ଥାନା ଅଧିନସ୍ଥ ଧୂଳିପୁଟ ଗ୍
ସ୍ୱାଭିମାନ ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ


ମାଲକାନଗିରି, ୨୯ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲାରେ ଚାଲୁଥିବା ବିଶେଷ ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲା ଅବକାରୀ ଅଧୀକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ମାଲକାନଗିରି ଅବକାରୀ ଟିମ୍ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଂଚଳର ପାପରମେଟଲା ଥାନା ଅଧିନସ୍ଥ ଧୂଳିପୁଟ ଗ୍ରାମ ପଂଚାୟତର ସାରକୁବନ୍ଧ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଂଚଳରେ ଚଢ଼ଉ କରାଯାଇଥିଲା।

ଚଢ଼ଉ ସମୟରେ ଚୋରା ବ୍ୟବସାୟୀ ମାନେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ। ଉକ୍ତ ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିବାରୁ ଏହି ଘଟଣାରେ ଏକ ଏନ ଡି ପି ଏସ ମାମଲା ରୁଜୁ କରାଯାଇଛି। ଘଟଣାର ମୁଖ୍ୟ ଚାଲାଣକାରୀ ଓ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଯଥାବିଧି ଓ ଗଭୀର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚଢ଼ଉ ଟଙ୍କଧର ଭୋଇ, ଅବକାରୀ ଉପ-ଅଧୀକ୍ଷକ, ସନ୍ତୋଷ ବଳ, ଅବକାରୀ ନିରୀକ୍ଷକ ଙ୍କ ନେତୃତ୍ୱରେ କରାଯାଇଥିଲା। ଚଢ଼ଉରେ ଅବକାରୀ ଉପ-ନିରୀକ୍ଷକ ତେଜରାଜ ଗହୀର, ବ୍ରଜ ନାୟକ, ଅମିୟ ଖଜା, ମନୋଜ ପ୍ରଧାନ, ଦିନବନ୍ଧୁ ସିରା, ଅବକାରୀ ଏ ଏସ ଆଇ ରାମଚନ୍ଦ୍ର ହନ୍ତାଳ, ସରୋଜ କୁମାର ସାହୁ, ସୁରେନ୍ଦ୍ର ମାଝୀ, ରମଜାନ ଖାନଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

ଚାଲୁଥିବା ବିଶେଷ ଅଭିଯାନ ଅଧୀନରେ ୪୦୦ କେଜି ଗଞ୍ଜେଇ ଜବତ ଅବକାରୀ ବିଭାଗର ଚୋରା ନିଶାଦ୍ରବ୍ୟ ଚାଲାଣ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ଅଟେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande