ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ଭେଟିଲେ ଏଫ୍ଆଇସି, ଇଣ୍ଡିଆର ପ୍ରତିନିଧି
ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଓଡ଼ିଶାରେ ଏକ ୟୁନିଟ୍ ସ୍ଥାପନ ପାଇଁ ଆଲୋଚନା କରିଛନ୍ତି ଏଫ୍ଆଇସି ଇଣ୍ଡିଆର ପ୍ରତିନିଧି ଦଳ । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମନ୍ତ୍ରୀ ଶ୍ରୀ
dty


ଭୁବନେଶ୍ୱର,୨୯ ଅଗଷ୍ଟ (ହି.ସ.)- ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଓଡ଼ିଶାରେ ଏକ ୟୁନିଟ୍ ସ୍ଥାପନ ପାଇଁ ଆଲୋଚନା କରିଛନ୍ତି ଏଫ୍ଆଇସି ଇଣ୍ଡିଆର ପ୍ରତିନିଧି ଦଳ । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରତିନିଧିମାନଙ୍କ ସହ ଆଲୋଚନା ଅବସରରେ ଓଡ଼ିଶାରେ କୃଷି କ୍ଷେତ୍ରରେ ରସାୟନିକ ସାରର ବ୍ୟବହାର ହ୍ରାସ କରିବା ସହ ଜୈବିକ କୃଷିକୁ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରିଥିଲେ । ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ଓ କୃଷକମାନଙ୍କ ସମସ୍ୟାର ନିରନ୍ତର ସମାଧାନ ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ଉଲ୍ଲେଖ କରିଥିଲେ ।

ଏହି ଅବସରରେ ଓଡ଼ିଶାରେ କୃଷକମାନଙ୍କୁ ସମର୍ଥନ ଦେବା ନିମନ୍ତେ ଗବେଷଣା ଓ ନବସୃଜନକୁ ପ୍ରୋତ୍ସାହନ ସହ ରାଜ୍ୟରେ ନିରନ୍ତର କୃଷି ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ସାରର ଉପଯୁକ୍ତ ଏବଂ ଯଥାଯଥ ବ୍ୟବହାର କରି ମୃତିକାର ଗୁଣବତା ଓ ପୁଷ୍ଟିସାର ପରିଚାଳନା ସୁନିଶ୍ଚିତ କରିବା ଉପରେ ଏଫ୍ଆଇସି ଗୁରୁତ୍ୱ ଦେଇଥାଏ ବୋଲି ପ୍ରତିନିଧିମାନେ ଉଲ୍ଲେଖ କରିଥିଲେ । ଓଡ଼ିଶାରେ ଏଫ୍ଆଇସି ପ୍ରତିଷ୍ଠା ହେଲେ ଏହା ବିଶ୍ୱର ଦ୍ୱିତୀୟ କେନ୍ଦ୍ର ହେବ ବୋଲି ପ୍ରତିନିଧିମାନେ କହିଥିଲେ । ଏଥି ସହ ଓଡ଼ିଶାରେ ଏକ ଫର୍ଟିଲାଇଜର୍ ଏକାଡେମୀ ପ୍ରତିଷ୍ଠା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ଏକାଡେମୀ ପ୍ରତିଷ୍ଠା ହେଲେ ରାଜ୍ୟରେ କୃଷି କ୍ଷେତ୍ରରେ ନବସୃଜନ ନିମନ୍ତେ ପଥ ପ୍ରଶସ୍ତ ହେବ ।

ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଜାଧବ, କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande