ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ
ବଲାଙ୍ଗିର, ୨୯ ଅଗଷ୍ଟ (ହି.ସ.)- ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଏକ ଅଂଶୀଦାର ପରାମର୍ଶ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଛି। ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଅଧିକ ସୁଦୃଢ଼ କରିବା, ବୁଣାକାର ଓ କାରିଗରଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଉତ୍ପାଦକୁ ଆଧୁ
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ  ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, ୨୯ ଅଗଷ୍ଟ (ହି.ସ.)- ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଏକ ଅଂଶୀଦାର ପରାମର୍ଶ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଛି। ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଅଧିକ ସୁଦୃଢ଼ କରିବା, ବୁଣାକାର ଓ କାରିଗରଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା।

ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଏବଂ ପଦ୍ମଶ୍ରୀ କୈଳାଶ ଚନ୍ଦ୍ର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ।

ମୁଖ୍ୟ ଅତିଥି ଡ. ମହାଲିଙ୍ଗ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବୁଣାକାର ଓ କାରିଗରଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ଓ ପଦକ୍ଷେପ କାର୍ଯ୍ୟକାରୀ ହେଉଛି। ରାଜ୍ୟର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସାମଗ୍ରୀକୁ ଦେଶ ତଥା ବିଦେଶର ବଜାରରେ ପହଞ୍ଚାଇବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ବୁଣାବସ୍ତ୍ର ବ୍ୟବହାର ଓ ପରିଧାନକୁ ପ୍ରୋତ୍ସାହନ ଦିଆଗଲେ ବୁଣାକାରଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯୁବପିଢ଼ି ବୟନ ଶିଳ୍ପ ପ୍ରତି ଆକୃଷ୍ଟ ହୋଇ ନୂଆ ଡିଜାଇନ ଓ ନୂତନ ଚିନ୍ତାଧାରା ନେଇ କାର୍ଯ୍ୟ କଲେ ଏହି କ୍ଷେତ୍ରରେ ବଜାର ସମ୍ଭାବନା ସହ ରୋଜଗାରର ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ମନ୍ତ୍ରୀ ଶ୍ରୀ ସାମନ୍ତ କହିଥିଲେ, ହସ୍ତତନ୍ତ ଓ ହସ୍ତଶିଳ୍ପ ଆମ ସାଂସ୍କୃତିକ ଐତିହ୍ୟର ଆତ୍ମା। ବୁଣାକାର ଓ କାରିଗରମାନେ ଆମ ସମୃଦ୍ଧ ପରମ୍ପରାର ବାର୍ତ୍ତାବାହକ। ସେମାନଙ୍କ ଜୀବନଜୀବିକାର ସମୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିର ବିକାଶ ଏବଂ ଆମ ସମୃଦ୍ଧ ଐତିହ୍ୟର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ତେବେ ସ୍ୱଦେଶୀ ସାମଗ୍ରୀର ପ୍ରଚାର ଓ ପ୍ରସାର ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ସେ କହିବା ସହ ଲୋକଙ୍କୁ ଯଥାସମ୍ଭବ ହସ୍ତତନ୍ତ ସାମଗ୍ରୀ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ।

କର୍ମଶାଳା ଅବସରରେ ବଲାଙ୍ଗୀରର ଶିଳ୍ପପତି ଅରୁଣ ଅଗ୍ରୱାଲଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସରକାରୀ ଯୋଜନା ଅଧୀନରେ ୫ ଜଣ ବୁଣାକାର ଓ ୫ ଜଣ କାରିଗରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଓଡ଼ିଶାର ହସ୍ତତନ୍ତ କ୍ଷେତ୍ରର ସଫଳତାର କାହାଣୀ ଉପରେ ପ୍ରସ୍ତୁତ ବିଭିନ୍ନ ଭିଡିଓ ପ୍ରଦର୍ଶିତ ହୋଇଥିଲା।

କର୍ମଶାଳାରେ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାର ବୁଣାକାର ଓ କାରିଗରମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳା ପୂର୍ବରୁ ଅତିଥିମାନେ ହସ୍ତତନ୍ତ ପ୍ରଦର୍ଶନୀ ବୁଲି ଦେଖିବା ସହ କାରିଗରଙ୍କ ସହ ଆଲୋଚନା କରିଥିଲେ । ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande