ଜାତୀୟ କ୍ରୀଡ଼ା ଦିବସ ଅବସରରେ ପାରା-ଆଥଲେଟ୍ଙ୍କୁ ସମ୍ବର୍ଦ୍ଧନା
ଜାତୀୟ କ୍ରୀଡ଼ା ଦିବସ ଅବସରରେ ପାରା-ଆଥଲେଟ୍ଙ୍କୁ ସମ୍ବର୍ଦ୍ଧନା
ଜାତୀୟ କ୍ରୀଡ଼ା ଦିବସ ଅବସରରେ ପାରା-ଆଥଲେଟ୍ଙ୍କୁ ସମ୍ବର୍ଦ୍ଧନା


ଜାତୀୟ କ୍ରୀଡ଼ା ଦିବସ ଅବସରରେ ପାରା-ଆଥଲେଟ୍ଙ୍କୁ ସମ୍ବର୍ଦ୍ଧନା


ଜାତୀୟ କ୍ରୀଡ଼ା ଦିବସ ଅବସରରେ ପାରା-ଆଥଲେଟ୍ଙ୍କୁ ସମ୍ବର୍ଦ୍ଧନା


ସମ୍ବଲପୁର, ୨୯, ଅଗଷ୍ଟ (ହି.ସ.) - ଜାତୀୟ କ୍ରୀଡ଼ା ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ, କ୍ରୀଡ଼ାର ବିକାଶ ଏବଂ ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଦୁଇ ଜଣ ଉଲ୍ଲେଖନୀୟ ସ୍ଥାନୀୟ ପାରା-ଆଥଲେଟ୍ଙ୍କୁ ସମ୍ବର୍ଦ୍ଧିତ କରିଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପାରା-କ୍ରିକେଟର ମହମ୍ମଦ ସରଓର୍୍ୱର ଅଲ୍ଲୀ ଏବଂ ପାରା-ବ୍ୟାଡମିଂଟନ ଖେଳାଳି ଅନୀତା ମୁଣ୍ଡାଙ୍କୁ କ୍ରୀଡ଼ା ଉପକରଣ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏସଓ) ସୌରଚନ୍ଦ୍ର ପାଣି ମଧ୍ୟ ଉପସ୍ଥିତ ଥିଲେ। ଖେଳାଳିମାନଙ୍କ ସଫଳତା ଏବଂ ନିଷ୍ଠାକୁ ପ୍ରଶଂସା କରି ଜିଲ୍ଲାପାଳ ଶ୍ରୀ ବୋନ୍ଦର ସେମାନଙ୍କୁ ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବା ନିମନ୍ତେ କ୍ରିକେଟ୍ ଏବଂ ବ୍ୟାଡମିଂଟନ୍ କିଟ୍ ପ୍ରଦାନ କରିଥିଲେ। ଉଭୟ ଆଥଲେଟ୍ ବଡ଼ ସ୍ତରରେ ଅଂଚଳର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ମହମ୍ମଦ ସରୱର ଅଲ୍ଲୀ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଜାତୀୟ ପାରାସ୍ପୋର୍ଟସ୍ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସେହିପରି ଅନିତା ମୁଣ୍ଡା ଆସନ୍ତା ନଭେମ୍ବର ମାସରେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ପାରା-ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଜିଲ୍ଲାପାଳ ଶ୍ରୀ ବୋନ୍ଦର ଆଥଲେଟ୍ମାନଙ୍କର ଦୃଢ଼ ମନୋବଳ ଏବଂ ପାରା-ସ୍ପୋର୍ଟସ୍ ପ୍ରତି ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ। ସେମାନେ ନିଜର ଖେଳ ପ୍ରଦର୍ଶନ ମାଧ୍ୟମରେ ସମ୍ବଲପୁର ତଥା ସମଗ୍ର ଦେଶ ପାଇଁ ଗୌରବ ଆଣିବେ ବୋଲି ଆଶାବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆଗକୁ ମଧ୍ୟ ନିରନ୍ତର ସହଯୋଗ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande