
କେନ୍ଦ୍ରାପଡ଼ା, 29 ଅଗଷ୍ଟ (ହି.ସ.) ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ତଥା ସେମାନଙ୍କ ନିକଟରେ ପ୍ରଶାସନିକ ଓ ପୋଲିସ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ।ଏହି କ୍ରମରେ ୩୧ ଅଗଷ୍ଟ ୨୦୨୬, ପୂର୍ବାହ୍ନ ୧୦.୩୦ରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ରାଜକନିକା ବ୍ଲକ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।ସେହିପରି ୭ ସେପ୍ଟେମ୍ବରରେ ଆଳି, ୨୧ ସେପ୍ଟେମ୍ବରରେ ମାର୍ଶାଘାଇ ଏବଂ ୨୮ ସେପ୍ଟେମ୍ବରରେ ମହାକାଳପଡ଼ା ବ୍ଲକ କାର୍ୟ୍ୟାଳୟରେ ସମାନ ସମୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।ଏହି କାର୍ୟ୍ୟକ୍ରମରେ ସମ୍ପୃକ୍ତ ବ୍ଲକ ଅଞ୍ଚଳର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୂହିକ ଅଭିଯୋଗ ଉପସ୍ଥାପନ କରିପାରିବେ। ଅଭିଯୋଗଗୁଡ଼ିକର ଶୁଣାଣି କରାଯାଇ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ଓ ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯିବ।ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗଦେଇ ନିଜର ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରବି