ଜିଲ୍ଲାର ୩ ଲକ୍ଷ ୮୦ ହଜାର ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା ।
କେନ୍ଦ୍ରାପଡା, , 29 ଅଗଷ୍ଟ (ହି.ସ.)ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ସ୍ୱାଭିମାନ ସ୍ୱାବଲମ୍ବନ ଓ ଆର୍ଥିକ ସଶକ୍ତିକରଣ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସୁଭଦ୍ରା ଯୋଜନାରେ ୩ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଭଦ୍
ଜିଲ୍ଲାର ୩ ଲକ୍ଷ ୮୦ ହଜାର ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା ।


କେନ୍ଦ୍ରାପଡା, , 29 ଅଗଷ୍ଟ (ହି.ସ.)ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ସ୍ୱାଭିମାନ ସ୍ୱାବଲମ୍ବନ ଓ ଆର୍ଥିକ ସଶକ୍ତିକରଣ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ସୁଭଦ୍ରା ଯୋଜନାରେ ୩ ଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସହାୟତା ପ୍ରଦାନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ୫ମ କିସ୍ତି ସଂସ୍କୃତି ଭବନଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳ ରଘୁରାମ୍ ଆର୍. ଆୟାର୍ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷୁମା ମହାନ୍ତିଙ୍କ ତତ୍ୱବଧାନରେ କାର୍ଯ୍ୟକ୍ରମରେ ମହାକାଳପଡା ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ପରିବାରର ଆର୍ଥିକ ପ୍ରଗତିରେ ସେମାନଙ୍କର ଅଧିକ ସକ୍ରିୟ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ପବିତ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଡିପିସି ଏବଂ ପିଏମ୍ଏମ୍ଭିୱାଇ ମମତା ମନୋରଞ୍ଜନ ଦାସ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଚ୍ଚିଦାନନ୍ଦ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡୀ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଜୟ ପାତ୍ର, ରଜନୀକାନ୍ତ ଦାସ, ସୁରୁଜୁ ମୁନି ହନ୍ତା, ସୁନିତା ବେହେରା, ସୁନିଲ୍ ମଲ୍ଲିକ, ଲଲାତେନ୍ଦୁ ଭୋଇ, ଜ୍ୟୋତିର୍ମୟୀ, ସବିତାରାଣୀ ସିଂ, ଭାରତୀ ବେହେରା, ଶୁଭେନ୍ଦୁ ଦାସ ପ୍ରମୁଖ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande